Home କୋରାପୁଟ କୋରାପୁଟ ଟାଉନହଲରେ ଆବାସ ଯୋଜନା କାର୍ଯ୍ୟଦେଶ ବଂଟନ ଓ ନୂତନ ଅତ୍ୟାଧୁନିକ ରାସ୍ତା ସଫା କରିବା...

କୋରାପୁଟ ଟାଉନହଲରେ ଆବାସ ଯୋଜନା କାର୍ଯ୍ୟଦେଶ ବଂଟନ ଓ ନୂତନ ଅତ୍ୟାଧୁନିକ ରାସ୍ତା ସଫା କରିବା ଗାଡି ଉଦଘାଟିତ

104

କୋରାପୁଟ ୧୬-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଟାଉନହଲଠାରେ ଆବାସ ଯୋଜନା  କାର୍ଯ୍ୟାଦେଶ ବଂଟନ କରାଯାଇଥିବା ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ୯୪ ଜଣ ବ୍ୟକ୍ତିଙ୍କୁ କାର୍ଯ୍ୟାଦେଶ ବଂଟନ କରିଥିଲେ ।କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀମାନେ ନିର୍ଦ୍ଧାରିତ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କଲେ ପ୍ରୋତ୍ସାହନ ରାଶି ପାଇପାରିବେ ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ସୁରେଶ ପଟନାୟକ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।କୋରାପୁଟ ଜିଲ୍ଲା ଖଣିଜ ପାଣ୍ଠିରୁ ୨୯ ଲକ୍ଷ ଟଙ୍କା ବିନିମୟରେ କ୍ରୟ କରାଯାଇଥିବା ଏକ ନୂତନ ଅତ୍ୟାଧୁନିକ ରାସ୍ତା ସଫା କରିବା ଗାଡିକୁ ବିଧାୟକ ଶ୍ରୀ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ମ୍ୟୁନସିପାଲଟି  ନିର୍ବାହୀ ଅଧିକାରୀ ଶ୍ରୀ ସାମାନ୍ତରାୟ , ବିଜେଡି ନେତା ଅଶ୍ୱିନୀ ସାହୁ , ସୁରେଶ ପଟନାୟକ ,କାର୍ଯ୍ୟାଳୟର  ସିମାଂଚଳ ପଢିହାରୀ ,ପରିମଳ ନିରୀକ୍ଷକ ଭରତ ହାଲୁଆ ,ଶଶି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.