Home ଓଡ଼ିଶା ରଣପୁର ତହସିଲଦାର ହେରାପଞ୍ଚମୀ ରେ ହେରାଗଳି ଉଚ୍ଛେଦ ପାଇଁ ପଦକ୍ଷେପ ନେଲେ

ରଣପୁର ତହସିଲଦାର ହେରାପଞ୍ଚମୀ ରେ ହେରାଗଳି ଉଚ୍ଛେଦ ପାଇଁ ପଦକ୍ଷେପ ନେଲେ

53

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୭- ରାଜ ରାଜୁଡା ଅମଳରୁ ରଣପୁର ରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଅଛି । କିନ୍ତୁ ଗତ ୨ବର୍ଷ ହେଲା କୋଭିଡ୍ କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ହୋଇଯାଇଛି । ଏପରି କି ହେରାପଞ୍ଚମୀ ରେ ମା ଲକ୍ଷ୍ମୀ ହେରାଗଳି ଦେଇ ମଧ୍ୟ ରାତ୍ରା ରେ ବିମାନ ଯୋଗେ ଆସି ଗୁଣ୍ଡିଚା ଖଳା ରେ ଅଭିମାନ ରେ ପ୍ରଭୁ ଜଗନ୍ନାଥ ଙ୍କର ନନ୍ଦିଘୋଷ ରଥ କୁ ଭାଙ୍ଗିଦେଇ ଫେରିଥାନ୍ତି । ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ହୋଇଥିବା ବେଳେ ସମସ୍ତ ନିତୀକାନ୍ତି ମନ୍ଦିର ପରିସର ଭିତରେ ହୋଇଥିବା ଜଣାପଡିଛି । ସେହିଭଳି ଭାବରେ ହେରାପଞ୍ଚମୀ ନିତୀ ମଧ୍ୟ ମନ୍ଦିର ପରିସର ରେ ହେବାର ଜଣାପଡିଛି ।

କିନ୍ତୁ ହେରାଗଳି କୁ ଅନେକ ଲୋକ ଜବର ଦଖଲ କରି ନେଇଛନ୍ତି । ଜବର ଦଖଲକାରୀ ଙ୍କୁ ଉଚ୍ଛେଦ କରିବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ରଣପୁର ରାଜସ୍ୱ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିବା କଥା ତହସିଲଦାର ସଂଜୟ କୁମାର ସାମନ୍ତରାୟ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି । ହେରାଗଳି ରୁ ଜବର ଦଖଲ ଉଚ୍ଛେଦ ପାଇଁ ରଣପୁର ଜନସାଧାରଣ ଅନେକ ଦିନ ହେଲା ଦାବୀ କରି ଆସୁଥିଲେ । ତହସିଲଦାର ଙ୍କ ହେରାଗଳି ଉଚ୍ଛେଦ ପାଇଁ ନେଇଥିବା ପଦକ୍ଷେପ କୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.