କୋରାପୁଟ ୧୬-୦୭(ଓଡିଆ ପୁଅ /ରଂଜନ ଦାସ) ଶୁକ୍ରବାର ଦିନ କୋରାପୁଟ ଜିଲ୍ଲାରେ ୮ଜଣ ମହିଳାଙ୍କ ସମେତ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୬୮୧ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ପରିଷଦରୁ ୬ ,ଜୟପୁର ପୌରାଂଚଳରୁ ୨ ଓ ସୁନାବେଡା ପୈାରାଂଚଲରୁ ୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବନ୍ଧୁଗାଁ , ବୋରିଗୁମ୍ମା ,ଦଶମନ୍ତପୁରରୁ ,ଜୟପୁର , କୋଟପାଡ ,ଲକ୍ଷ୍ମିପୁରଓ ନାରାୟଣପାଟଣା ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପଟ୍ଟାଙ୍ଗୀ ବ୍ଲକରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।କୋଟପାଡ ଏନଏସି ସମେତ ବୈପାରିଗୁଡା, କୋରାପୁଟ,କୁନ୍ଦ୍ରା,ଲମତାପୁଟ,ନନ୍ଦପୁର ଓ ସେମିଲିଗୁଡା ବ୍ଲକରୁ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୧୫ ତାରିଖ ସୁଦ୍ଧା ୪ ଲକ୍ଷ ୨୫ ହଜାର ୫୪୦ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୨୬୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୩୫୩ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଶୁକ୍ରବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୬୭ ରହିଛି ।