କୋରାପୁଟ ୧୧-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶୁକ୍ରବାର ଦିନ ୫୩ଜଣ ମହିଳାଙ୍କ ସମେତ ୧୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭୩୪ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୧୫,ସୁନାବେଡା ପୌରାଂଚଳରୁ ୧୩ ଏବଂ କୋଟପାଡ ଏନଏସିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଲକ୍ଷ୍ମିପୁର ଓ ନନ୍ଦପୁର ବ୍ଲକରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଜଣାପଡିଛି । ସେହିପରି ବନ୍ଧୁଗାଁ ବ୍ଲକରୁ ୫,ବୈପାରିଗୁଡା ବ୍ଲକରୁ ୪, ବୋରିଗୁମ୍ମା ବ୍ଲକରୁ ୧୦,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୦ ଓ କୋରାପୁଟ ବ୍ଲକରୁ ୧୦ଜଣ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରା ବ୍ଲକରୁ ୨, କୋଟପାଡ ବ୍ଲକରୁ ୧୧ ,ଲମତାପୁଟ ବ୍ଲକରୁ ୬,ନାରାୟଣପାଟଣା ବ୍ଲକରୁ୮,ପଟ୍ଟାଙ୍ଗୀ ବ୍ଲକରୁ ୨ ଏବଂ ସେମିଲିଗୁଡା ବ୍ଲକରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୦ ତାରିଖ ସୁଦ୍ଧା ୩ ଲକ୍ଷ ୭ ହଜାର ୬୫୮ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୦ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୫୦୩୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୬୫୭ଟି ସକ୍ରୀୟ କେସ ରହିଛି ଓ ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।