Home କୋରାପୁଟ କୋରାପୁଟ ଜିଲ୍ଲାରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ପୁଣି ୧୦ ଜଣ କରୋନା ପଜିଟିଭ ଚିହ୍ନଟ

38

କୋରାପୁଟ ୨୫-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ପୁଣି ଗୁରୁବାର ଦିନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।ଜୟପୁର ଉପକାରାଗାରରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସୁନାବେଡା କୋବ୍ରା ବାଟାଲିୟନରୁ ଜଣେ ,ପଟ୍ଟାଙ୍ଗୀ ,ବୈପାରୀଗୁଡା ଓ ନନ୍ଦପୁରରୁ ୨ ଜଣ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି ।ଜୟପୁର ଉପକାରାଗାରରୁ ୧୦ ଜଣଙ୍କ ସ୍ୱାବ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୩ ଜଣଙ୍କ ପଜିଟିଭ ବାହାରିଥିବା ସେ ପ୍ରକାଶ କରିଛନ୍ତି ।ନନ୍ଦପୁର ଓ ସୁନାବେଡାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରୁ ଫେରିଥିବା ସେ ସୂଚନା ଦେଇଛନ୍ତି ।ଜିଲ୍ଲାର ସୀମାନ୍ତ ଚାନ୍ଦିଲିରେ ଚେକ ପଏଂଟ କରାଯାଇ ଛତିଶଗଡରୁ ଆସୁଥିବା ବ୍ୟକ୍ତିମାନଙ୍କର ସ୍କ୍ରୀନିଂ କରାଯାଉଥିବା ଡାକ୍ତର ବେଉରା ପ୍ରକାଶ କରିଛନ୍ତି  । ବୁଧୁବାର ଦିନ କୋରାପୁଟ ସହରରେ ୨ ଜଣ ପଜିଟିଭ ଚିହ୍ନଟ ହେବାପରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଚିହ୍ନଟ ହେବା ସହ ସେମାନଙ୍କର ସ୍ୱାବ ପରୀକ୍ଷା କରାଯାଇଥିବା ସେ ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋରାପୁଟ ଓ ଜୟପୁର ସହରରେ ପୋଲିସ ଦ୍ୱାରା ମାଇକ ଯୋଗେ ଲୋକମାନଙ୍କୁ ମାସ୍କ   ଓ ସାମାଜିକ ଦୂରତା ବଜାୟ ରଖିବା ନିମନ୍ତେ ସଚେତନତା କରାଯାଉଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.