Home କୋରାପୁଟ କୋରାପୁଟ ଓ ଜୟପୁର ବାଇପାସ ରୋଡ ନିମନ୍ତେ ନକ୍ସା ଅନୁମୋଦିତ

କୋରାପୁଟ ଓ ଜୟପୁର ବାଇପାସ ରୋଡ ନିମନ୍ତେ ନକ୍ସା ଅନୁମୋଦିତ

42

କୋରାପୁଟ ୨୫-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଓ ଜୟପୁର ବାଇପାସ ରୋଡ ନିମନ୍ତେ ନକ୍ସା ଅନୁମୋଦିତ ହୋଇଥିବା ସଡକ ପରିବହନ ମନ୍ତ୍ରୀ ନିତିନ ଜୟରାମ ଗଡକରୀ ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରଶ୍ୱର ଉତର ଦେଇଥିବା ଜଣାପଡିଛି ।ବାଇପାସ ରୋଡ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରୀୟା ବିଭିନ୍ନ ପର୍ଯ୍ୟାୟରେ ରହିଥିବା ଜଣାପଡିଛି ।ଜମି ଅଧିଗ୍ରହଣ ପ୍ରକ୍ରୀୟା ଶେଷ ହେବାପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡିଛି ।କୋରାପୁଟଠାରୁ ଶୁଙ୍ଗୀ ଓ ବୋରିଗୁମ୍ମାଠାରୁ ଜୟପୁର ଜାତୀୟ ରାଜପଥ ମରାମତି କାର୍ଯ୍ୟ କେବେ ଶେଷ ହେବ ବୋଲି ସାଂସଦ ଶ୍ରୀ ଉଲାକା ଲୋକସଭାରେ ପ୍ରଶ୍ୱ କରିଥିଲେ ।ବୋରିଗୁମ୍ମାଠାରୁ ଜୟପୁର ରାସ୍ତା ମରାମତି କାର୍ଯ୍ୟ ଆସନ୍ତା ତା୦୭-୦୫-୨୧ରିଖ ଓ କୋରାପୁଟଠାରୁ ଶୁଙ୍ଗୀ ଘାଟି କାର୍ଯ୍ୟ ଆସନ୍ତା ତା ୧୮-୦୭-୨୧ରିଖରେ ସଂପୂର୍ଣ୍ଣ ହେବ ବୋଲି ମନ୍ତ୍ରୀ ଉତର ଦେଇଥିବା ସାଂସଦ ଶ୍ରୀ ଉଲାକା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.