Home Top News ପୁରୀରେ ଗୁଇନ୍ଦା ଚାଇନା ପାରା ନାଁ ଆଉ କିଛି?

ପୁରୀରେ ଗୁଇନ୍ଦା ଚାଇନା ପାରା ନାଁ ଆଉ କିଛି?

158

ପୁରୀ ୪-୧ (ଓଡ଼ିଆ ପୁଅ) ଗତକାଲି ରାଉରକେଲାରେ ଦେଖାଯାଇଥିବା ଚାଇନା ପାରା ପୁରୀ ମାଳତୀପାଟପୁର ପାଖରେ ଦେଖାଯାଇଛି। ଏହାକୁ ଗୁଇନ୍ଦା ପାରା କୁହାଯାଉଥିବା ବେଳେ ସନ୍ଦେହ କରୁଛନ୍ତି ପାରା ଧରିଥିବା ସ୍ଥାନୀୟ ଲୋକମାନେ। ସେମାନଙ୍କ ମତରେ ଚାଇନା କିଛି ଷଡଯନ୍ତ୍ର କରୁନି ତ? କାଲି ଇସ୍ପାତନଗରୀ ଆଉ ଆଜି ଶ୍ରୀକ୍ଷେତ୍ର ପୁରୀରେ ଏହି ପାରା ଦେଖାଦେଇଛି। ଏହା ଉପରେ ତଦନ୍ତ ହେବା ଜରୁରୀ। ରାଉରକେଲାରୁ ଧରାପଡ଼ିଥିବା ପାରା ନମ୍ବର ଅଲଗା ଥିବାବେଳେ ପୁରୀରୁ ଧରାପଡିଥିବା ପାରା ନମ୍ବର ଅଲଗା। କେତୋଟି ପାରା ଚାଇନା ଛାଡ଼ିଛି ଏବେ ସନ୍ଦେହ ହେଉଥିବା ବେଳେ ରାଉରକେଲାରେ ଦେଖାଦେଇଥିବା ପାରାର ଗୋଟିଏ ଗୋଡ଼ରେ ରିଙ୍ଗ୍ ଥିବାବେଳେ ପୁରୀ ପାରାର ୨ଟି ଗୋଡ଼ରେ ରିଙ୍ଗ୍ ରହିଛି ଏବଂ ତା ପାଟିରେ କିଛି କେମିକାଲ ସଦୃଶ୍ୟ ଦିଆଯାଇଥିବା ଜଣାପଡୁଛି। ଏବେ ପ୍ରଶ୍ନ କେତୋଟି ପାରା ଛଡାଯାଇଛି ଏବଂ କାହିଁକି ଛଡା ଯାଇଛି ? ପ୍ରଶାସନ ଏହା ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି। ସବୁ ଏହା ଦ୍ୱାରା କୌଣସି ଭାଇରସ ଛଡା ଯାଇଛି କି ବୋଲି ଚର୍ଚ୍ଚା ଜୋର ଧରିଛି।

କିନ୍ତୁ ଏଠାରେ ଅପର ପକ୍ଷରେ ଏହା ମଧ୍ୟ ସନ୍ଦେହ କରାଯାଇପାରେ କିଛି ଦୁବୃତ୍ତ ମଧ୍ୟ ପାରା ଗୋଡ଼ରେ ଏପରି ରିଙ୍ଗ ଲଗାଇ ଲୋକଲୋଚନକୁ ଆସିବାକୁ ଚେଷ୍ଟା କରିପାରନ୍ତି। ତେଣୁ ଏହାର ତଦନ୍ତ ହେଲା ପରେ ଜଣାପଡ଼ିବ। ପ୍ରକୃତରେ ଏହା ବାହାର ଦେଶରୁ ଆସିଛି କି ଦେଶରେ କିଏ ଲଗେଇଛି କି ମନକୁ ମନ ଲାଗିଯାଇଛି। ଲୋକଙ୍କୁ ଭ୍ରମିତ କରିବା କିମ୍ବା ଦେଶକୁ କ୍ଷତି ପହଁଚାଇବାର କାମ କିଏ କରୁଛି ତାହା ତଦନ୍ତ ହେଲେ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.