Home କୋରାପୁଟ କୋରାପୁଟ ଜିଲ୍ଲାରେ ୮୦ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୮୦ଜଣ କରୋନା ପଜିଟିଭ ଚିହ୍ନଟ

55

କୋରାପୁଟ ୧୭-୦୬ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ  ୨୮ଜଣ ମହିଳାଙ୍କ ସମେତ  ୮୦ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୧୭୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୭ ଜଣ  ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୧୨,ସୁନାବେଡା ପୌରାଂଚଳରୁ  ୯ ଓ କୋଟପାଡ ଏନଏସିରୁ ୨  ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ବନ୍ଧୁଗାଁ ଓ ଲକ୍ଷ୍ମୀପୁର ବ୍ଲକରେ ଆଜି  କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ଜଣାପଡିଛି । ସେହିପରି  ବୈପାରିଗୁଡା  ବ୍ଲକରୁ ୪,ବୋରିଗୁମ୍ମା ବ୍ଲକରୁ ୬,ଦଶମନ୍ତପୁର ବ୍ଲକରୁ ୧,ଜୟପୁର ବ୍ଲକରୁ ୯ ଓ କୋରାପୁଟ ବ୍ଲକରୁ ୮  ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ  ବ୍ଲକରୁ ୪,କୁନ୍ଦୁରା ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୧,ନନ୍ଦପୁର ବ୍ଲକରୁ ୨,ନାରାୟଣପାଟଣା ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୮ ଏବଂ ସେମିଲିଗୁଡା ବ୍ଲକରୁ ୫  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୧୬  ତାରିଖ ସୁଦ୍ଧା ୩ ଲକ୍ଷ  ୧୭ ହଜାର ୧୦୭  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୧୬ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୦୨୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୧୦୮ଟି ସକ୍ରୀୟ କେସ  ରହିଛି ଓ  ୪୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.