କୋରାପୁଟ ୩୧-୦୫(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ସୋମବାର ଦିନ ୮୭ଜଣ ମହିଳାଙ୍କ ସମେତ ୧୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୯୭ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୧୬ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୪ , ସୁନାବେଡା ପୌରାଂଚଳରୁ ୭ ଏବଂ କୋଟପାଡ ଏନଏସିରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୬,ବୋରିଗୁମ୍ମା ବ୍ଲକରୁ ସର୍ବାଧିକ ୨୯,ଦଶମନ୍ତପୁର ବ୍ଲକରୁ ୭,ଜୟପୁର ବ୍ଲକରୁ ୧୦ ଓ କୋରାପୁଟ ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୨୧,କୁନ୍ଦୁରା ବ୍ଲକରୁ ୨୮,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୬,ନନ୍ଦପୁର ବ୍ଲକରୁ ୮,ନାରାୟଣପାଟଣା ବ୍ଲକରୁ ୫,ପଟ୍ଟାଙ୍ଗୀ ବ୍ଲକରୁ ୬ ଏବଂ ସେମିଲିଗୁଡା ବ୍ଲକରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୩୦ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୮୬ ହଜାର ୨୫୪ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୩୧ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୨୬୦୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୩୫୨ ଟି ସକ୍ରୀୟ କେସ ରହିଛି ଓ ୪୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।