Home Top News ରିହାନା ଏବଂ ମିଆଙ୍କ ପରେ ଆମେରିକୀୟ ଅଭିନେତ୍ରୀ ସୁସାନ ସାରାଣ୍ଡନ୍ କୃଷକ ଆନ୍ଦୋଳନକୁ କଲେ ସମର୍ଥନ

ରିହାନା ଏବଂ ମିଆଙ୍କ ପରେ ଆମେରିକୀୟ ଅଭିନେତ୍ରୀ ସୁସାନ ସାରାଣ୍ଡନ୍ କୃଷକ ଆନ୍ଦୋଳନକୁ କଲେ ସମର୍ଥନ

40

ନୂଆଦିଲ୍ଲୀ ୦୬-୦୨ : (ଓଡିଆ ପୁଅ / ସନ୍ତୋଷ ନାୟକ) କିଛି ଲୋକ ଭାରତରେ ୭୦ ଦିନରୁ ଅଧିକ ସମୟ ଧରି କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବାବେଳେ କେତେକ ଏହାକୁ ବିରୋଧ କରୁଛନ୍ତି। ଇତି ମଧ୍ୟରେ କିଛି ଚଳଚ୍ଚିତ୍ର ତାରକା ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏପରିକି ବିଦେଶୀ ତାରକାମାନେ ଏହା ଉପରେ ମଧ୍ୟ ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଆନ୍ତର୍ଜାତୀୟ ପପ୍ ଗାୟକ ରିହାନାଙ୍କ ପରେ ଓସ୍କାର ବିଜୟୀ ଆମେରିକାର ଅଭିନେତ୍ରୀ ସୁସାନ ସାରାଣ୍ଡନ୍ ମଧ୍ୟ ଭାରତୀୟ କୃଷକଙ୍କୁ ସମର୍ଥନ କରି ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ ସେ ଭାରତୀୟ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଓସ୍କାର ବିଜେତା ଆମେରିକୀୟ ଅଭିନେତ୍ରୀ ସୁସାନ ସାରାଣ୍ଡନ୍ ନିକଟରେ ଏକ ଟୁଇଟ୍ କରି କୃଷକ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଲୋକମାନେ ଏହି ଟ୍ୱିଟକୁ ପସନ୍ଦ ଏବଂ ରିଟ୍ୱିଟ କରୁଛନ୍ତି।

ସେ ଲେଖିଛନ୍ତି ଯେ, ମୁଁ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରୁଛି। ଅନ୍ତତଃ ପକ୍ଷେ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନେ କିଏ ଏବଂ ସେମାନେ କାହିଁକି ଆନ୍ଦୋଳନ କରୁଛନ୍ତି।

ଉଲ୍ଲେଖନୀୟଯେ, ସୁସାନ ସାରାଣ୍ଡନ୍ ଜଣେ ୭୫ ବର୍ଷୀୟ ଆମେରିକୀୟ ଅଭିନେତ୍ରୀ, ଆକ୍ଟିଭିଷ୍ଟ ଏବଂ ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର୍ ଅଟନ୍ତି। ତାଙ୍କୁ ଓସ୍କାର ବ୍ୟତୀତ ଅନେକ ପୁରସ୍କାର ପ୍ରଦାନ କରାଯାଇଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୨ ରେ ହଲିଉଡ୍ ୱାଲ୍ ଅଫ୍ ଫେମ ଭାବରେ ସମ୍ମାନିତ କରାଯାଇଥିଲା। ସେ ୨୦୦୯ ରେ ଷ୍ଟକହୋମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପାଇଥିଲେ। ୨୦୧୩ ରେ ଭାରତରେ ଅନୁଷ୍ଠିତ ୪୪ ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।

ରିହାନା, ମିଆ ଏବଂ ଗ୍ରେଟାଙ୍କ ଟୁଇଟ୍ ପରେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଆନ୍ତର୍ଜାତୀୟ ସେଲେବ୍ରିଟି ମଧ୍ୟ ଚାଷୀଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି। ସେବେଠାରୁ ଏହି ଆନ୍ଦୋଳନ ଅଧିକ ମାତ୍ରାରେ ଚର୍ଚ୍ଚାକୁ ଆସିଛି। ଏପରିକି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି ଯେ ମାମଲା ଭଲଭାବେ ଜାଣି ନ ଥିବାରୁ ବାହାର ଲୋକଙ୍କର ଏହା ଉପରେ ପ୍ରତିକ୍ରିୟା ଦେବା ଠିକ୍ ନୁହେଁ। ଏହା ପରେ ବଲିଉଡ ତାରକାମାନେ ମଧ୍ୟ ଟ୍ୱିଟ କରି କହିଛନ୍ତି ଯେ ଏହା ଆମ ଦେଶର ବିଷୟ ଏବଂ ଏହି କଷ୍ଟ ସମୟରେ ଏକାଠି କାମ କରିବା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.