Home କୋରାପୁଟ କୋରାପୁଟ ଜିଲ୍ଲରେ ୨୫୧ଜଣ କରୋନା  ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲରେ ୨୫୧ଜଣ କରୋନା  ପଜିଟିଭ ଚିହ୍ନଟ

33

କୋରାପୁଟ ୨୨-୦୫ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶନିବାର ଦିନ  ୯୫ଜଣ ମହିଳାଙ୍କ ସମେତ  ୨୫୧ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୩୦୩୬ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ  ପୌରାଂଚଳରୁ  ୨୭ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ସର୍ବାଧିକ ୪୮ , ସୁନାବେଡା ପୌରାଂଚଳରୁ ୨୦ ଏବଂ କୋଟପାଡ ଏନଏସିରୁ   ୬ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ  ବ୍ଲକରୁ ୩, ବୈପାରିଗୁଡା ବ୍ଲକରୁ ୧୧,ବୋରିଗୁମ୍ମା ବ୍ଲକରୁ ୩୫,ଦଶମନ୍ତପୁର ବ୍ଲକରୁ ୮,ଜୟପୁର ବ୍ଲକରୁ ୨୧  ଓ କୋରାପୁଟ ବ୍ଲକରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୮,କୁନ୍ଦୁରା ବ୍ଲକରୁ ୧୩,ଲମତାପୁଟ ବ୍ଲକରୁ୪,ଲକ୍ଷ୍ମୀପୁର ବ୍ଲକରୁ ୧୩,ନନ୍ଦପୁର ବ୍ଲକରୁ ୬,ନାରାୟଣପାଟଣା ବ୍ଲକରୁ ୩,ପଟ୍ଟାଙ୍ଗୀ  ବ୍ଲକରୁ ୧୨  ଏବଂ  ସେମିଲିଗୁଡା  ବ୍ଲକରୁ  ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ମଇ ୨୧  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୫୪  ହଜାର ୯୦୫ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ମଇ ୨୧ ତାରିଖ   ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୦୩୮୯ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୨୬୧୩ ଟି ସକ୍ରୀୟ କେସ ରହିଛି ଓ  ୩୪ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.