Home ଓଡ଼ିଶା ଯୋଡା : ଦିନ ଦ୍ୱିପ୍ରହରରେ ବସ୍ ଷ୍ଟାଣ୍ଡ ଦୋକାନରୁ ଚୋରି

ଯୋଡା : ଦିନ ଦ୍ୱିପ୍ରହରରେ ବସ୍ ଷ୍ଟାଣ୍ଡ ଦୋକାନରୁ ଚୋରି

67

ଯୋଡା, ୨୨ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା କଟକଣା ଯୋଗୁଁ ସରକାର ସକାଳ ୭ଟାରୁ ଦିନ ୧୧ ଘଟିକା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଦିନ ୧୧ଟା ପରେ ଯୋଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହୁଛି । ଏହାରି ସୁଯୋଗରେ ଶନିବାର ଦିନ ଦ୍ୱିପ୍ରହରରେ ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଥିବା ସୀତାରାମ ପୃଷ୍ଟିଙ୍କର ପାନମସଲା ଦୋକାନରୁ ଚୋର ଆଜବେଷ୍ଟ ଭାଙ୍ଗି ପସି କଳା କନା ବୁଲାଇଦେଇଥିବା ଜଣାପଡିଛି । ଦୋକାନ ମାଲିକ ସୀତାରାମ ପୃଷ୍ଟିଙ୍କ କହିବା ମୁତାବକ ତାଙ୍କ ଦୋକାନରୁ ଲକ୍ଷାଧିକ ଟଙ୍କାର ପାନମସଲା, ବିସ୍କୁଟ, ସାବୁନ ସହ ନଗଦ ୨୫ ହଜାର ଟଙ୍କା ଦୁର୍ବୁତ୍ତମାନେ ନେଇଯାଇଛନ୍ତି । ଏ ନେଇ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.