Home କୋରାପୁଟ କୋରାପୁଟ କୋଭିଡ ହସପିଟାଲର  ସୁରକ୍ଷାକର୍ମି ଓ ଝାଡୁଦାରମାନେ ବକେୟା ଦରମା ଦାବିରେ ଧାରଣା , ପ୍ରତିଶୃତି...

କୋରାପୁଟ କୋଭିଡ ହସପିଟାଲର  ସୁରକ୍ଷାକର୍ମି ଓ ଝାଡୁଦାରମାନେ ବକେୟା ଦରମା ଦାବିରେ ଧାରଣା , ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

36

କୋରାପୁଟ ୧୫-୦୭(ଓଡିଆ ପୁଅ /ରଂଜନ ଦାସ)ଦରମା ନାହିଁ ଆମେ କେମିତି ଚଳିବୁ ,ଘର ଭଡା କିପରି ଦେବୁ , ଜୀବନକୁ ବାଜି ଲଗାଇ କୋଭିଡ ହସପିଟାଲରେ କାମ କରୁଛୁ କିନ୍ତୁ ଆମ ଦୁଃଖ ବୁଝିବାକୁ କେହି ନାହାନ୍ତି ବୋଲି କାର୍ଯ୍ୟରତ ଝାଡୁଦାରମାନେ ଦୁଃଖଭରା କଣ୍ଠରେ ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶ କରିଛନ୍ତି ।
କୋରାପୁଟ  ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ କୋଭିଡ ହସପିଟାଲରେ ୪୩ ଜଣ ସୁରକ୍ଷା କର୍ମି ଓ ଝାଡୁଦାର ଆଉଟ ସୋର୍ସିିଂ ଦ୍ୱାରା ନିଯୁକ୍ତ କରାଯାଇଥିଲା ।କୋରାପୁଟ ଜିଲ୍ଲାର ଯୁବକ ଓ ଯୁବତୀମାନେ ନିଯୁକ୍ତ ହୋଇଥିଲେ ।ଦରମା ସହ ପ୍ରୋତ୍ସାହାନ ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଥିଲା ।୬ ମାସ ଦରମା ପାଇ ନ ଥିବାରୁ ସେମାନେ ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ ।ପୂର୍ବତନ ବିଧାୟକ ନିମାଇଁ ସରକାର , ପୂର୍ବତନ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ ଓ କୋରାପୁଟ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ବାଖ୍ୟା ଦାବିକୁ ସମର୍ଥନ ଜଣାଇ ଧାରଣାରେ ବସିଥିଲେ ।କର୍ତୂପକ୍ଷଙ୍କ ସହ ଆଲୋଚନା କରାଯାଇ ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟାହୃତ କରାଯାଇଥିବା ଜଣାପଡିଛି ।ଆଉଟସୋର୍ସିଂ ସଂସ୍ଥାକୁ ଦରମା ପ୍ରଦାନ କରିବାକୁ କୁହାଯାଇଥିବା ହସପିଟାଲ ଅଧିକ୍ଷକ ପ୍ରଫେସର ସୀତାରାମ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.