Home କୋରାପୁଟ କୋରାପୁଟଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କୋରାପୁଟଠାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

35

କୋରାପୁଟ ୧୫-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସଦର ମହକୁମାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଡିପିଏମୟୁର ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜକ ଅମିତ କୁମାର ଗୈାଡ ପରିଚାଳନା କରିଥିବା ବେଳେ ଲକ୍ଷ୍ମିପୁର ବ୍ଲକ ସଂଯୋଜକ ହେମନ୍ତ ତୁରୁକ ,ପଟ୍ଟାଙ୍ଗୀ ବ୍ଲକ ସଂଯୋଜକ ସାମୁଏଲ ରଥି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।କୋରାପୁଟ ଜିଲ୍ଲା ନିମନ୍ତେ ଧାନ ,ଅଦା ,କପା ,ମାଣ୍ଡିଆ ,ଚିନାବାଦାମ, ହଳଦୀ ,ମକା ଓ ହରଡ ଫସଲ ଅନ୍ତଭୁକ୍ତ କରାଯାଇଥିବା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭରତ ନାଥ ସୂଚନା ଦେଇଛନ୍ତି ।ଧାନ ଓ ଅଦା ନିମନ୍ତେ ସ୍କେଲ ଅପ ଫାଇନାସ ଟଙ୍କା ଉପରେ ଶତକଡା ୨ ଭାଗ ପ୍ରିମିୟମ ଭରିବାକୁ ପଡିବ ବୋଲି ସେ ପ୍ରକାଶ କରିଛନ୍ତି ।ସେହିପରି କପା ,ମାଣ୍ଡିଆ ,ଚିନାବାଦାମ,ହଳଦୀ,ମକା ଓ ହରଡ ଫସଲର ବୀମାରାଶି ଶତକଡା ୧ ଭାଗ ରହିଥିବା ସେ ସୂଚନା ଦେଇଛନ୍ତି ।ସିଏସସି , ସୋସାଇଟି , ଜାତୀୟ ବ୍ୟାଙ୍କରେ ଫସଲ ବୀମା କରିପାରିବେ ଏପରିକି ପ୍ରତ୍ୟେକ ବ୍ଲକରେ ବୀମା କର୍ମଚାରୀ ରହୁଛନ୍ତି ସେଠାରେ ମଧ୍ୟ ବୀମା କରିପାରିବେ ବୋଲି ସେ ସୂଚନା ଦେଇଛନ୍ତି ।ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ଫସଲ ବୀମା କରିପାରିବେ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର ପ୍ରତ୍ୟେକ ବ୍ଲକକୁ ସଚେତନତା ରଥ ବୁଲି ଚାଷୀମାନଙ୍କୁ ଫସଲବୀମା କରିବାକୁ ସଚେତନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.