Home ଓଡ଼ିଶା ରଣପୁର ରେ ବାମଦଳ ର ଓଡିଶା ବନ୍ଦ କୁ ଜନ ସମର୍ଥନ

ରଣପୁର ରେ ବାମଦଳ ର ଓଡିଶା ବନ୍ଦ କୁ ଜନ ସମର୍ଥନ

109

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୫/୦୭ –ସାରା ରାଜ୍ୟ ରେ କରୋନା ମହାମାରୀ କୋଭିଡ କଟକଣା ରେ ଲୋକମାନେ ଅତିଷ୍ଠ ହେଉଥିବା ବେଳେ ପ୍ରେଟୋଲ , ଡିଜେଲ , ରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି କୁ ବିରୋଧ କରି ବାମ ଦଳ ଗୁଡିକ ଓଡିଶା ବନ୍ଦ ଡାକରା ଦେଇଥିଲେ । ଏହି ବନ୍ଦ ଡାକରା କୁ କଂଗ୍ରେସ , ଆମ୍ ଆଦ୍‌ମି ପାର୍ଟି ଓ ସମାଜବାଦି ପାର୍ଟି ସହ ବିଭିନ୍ନ ଗଣ ସଂଗଠନ ଗୁଡିକ ସମର୍ଥନ ଦେଇଥିଲେ । ଯାହାଫଳ ରେ ଓଡିଶା ବନ୍ଦ ଡାକରା ରେ ରଣପୁର ଜନସାଧାଣର ବିପୁଳ ସମର୍ଥନ ଦେଇଥିଲେ । ଜୁଲାଇ ୧୫ ତାରିଖ ସକାଳ ୭ ଘଟିକା ରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଫିସ ଦୋକାନ ବଜାର ରାସ୍ତଘାଟ ବନ୍ଦ ରହିଥିଲା ।

ଆନ୍ଦୋଳନକାରୀ ମାନେ ସମସ୍ତ ସରକାରୀ ଅଫିସ ବନ୍ଦ କରିବା ପରେ ପଞ୍ଚୁଦୋଳ ପଡିଆ ରାସ୍ତା ଉପରେ ବସି ରହିଥିଲେ । ଦୁଃଶାସନ ଜେନା ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ହରିଶ୍ଚ ଚନ୍ଦ୍ର ମିଶ୍ର , ନିତ୍ୟାନନ୍ଦ ପରିଡା, ସୁରେଶ ସ୍ୱାଇଁ ଆଦି ବହୁବ୍ୟକ୍ତି ମୋଦୀ ସରକାରଙ୍କ ଆକାଶ ଛୁଆଁ ଦର ବୃଦ୍ଧି ନିତୀ କୁ ଘୋର ନିନ୍ଦା କରିଥିଲେ । ଏହି ଆନ୍ଦୋଳନ କୁ ରଣପୁର ରେ ବିପୁଳ ଜନ ସମର୍ଥନ ଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.