Home କୋରାପୁଟ କୋରାପୁଟ ଆରଡବ୍ଲୁଏସଏସ ଡିଭିଜନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢାଉ ;୫୦ ହଜାର ଟଙ୍କା...

କୋରାପୁଟ ଆରଡବ୍ଲୁଏସଏସ ଡିଭିଜନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢାଉ ;୫୦ ହଜାର ଟଙ୍କା ଜବତ

102

କୋରାପୁଟ ; ତା୩୦-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଏକ ଅଭିଯୋଗକୁ ଭିତି କରି ଜୟପୁର ଭିଜିଲାନ୍ସ ଦଳ କୋରାପୁଟ ଆରଡବ୍ଲୁଏସଏସ ଡିଭିଜନର ନିର୍ବାହୀଯନ୍ତ୍ରୀ ଲକ୍ଷ୍ମଣ ବେହେରାଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ କରିଥିଲେ ।କୁନ୍ଦ୍ରାରେ ଏକ ପାଣିଟାଙ୍ଗି ନିର୍ମାଣ କରୁଥିବା ଠିକାଦାର ଟଙ୍କ ହରିଜନଙ୍କଠାରୁ ବିଲ କରିଦେବା ପାଇଁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରା ଲାଂଚ ମାଗିଥିଲେ ।କୋରାପୁଟ ଅଫିସକୁ ଉକ୍ତ ଠିକାଦାର ଆସିଥିଲେ ଓ ଅଧିକାରୀଙ୍କୁ ଟଙ୍କା ପିଅନ ସତ୍ୟବାନ ମଲ୍ଲିକଙ୍କ ମଟରସାଇକେଲ ଡିକିରେ ରଖିଦେଇଥିଲେ ।ଭିଜିଲାନ୍ସ ଦଳ ଉକ୍ତ ଟଙ୍କାକୁ ଜବତ କରିଥିଲେ ।ନିର୍ବାହୀ ଯନ୍ତ୍ରୀ ଫେରାର ହୋଇଯାଇଛନ୍ତି ।ଅନେକ ନଥିପତ୍ର ଜବତ କରାଯାଇଥିବା ଜଣାପଡିଛି ।୫୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଫେରାର ନିର୍ବାହୀଯନ୍ତ୍ରୀଙ୍କୁ ଖୋଜାଯିବ ବୋଲି ଭିଜିଲାନ୍ସ ଡିଏସପି ହେନରୀ କୁଲୁ ପ୍ରକାଶ କରିଥିଲେ । ମତେ ନିର୍ବାହୀଯନ୍ତ୍ରୀ ଏ ବାବୁ ଯାହା ଦେବେ ରଖିଦେବୁ ବୋଲି କହି ଅଫିସରୁ ପଲେଇଯାଇଥିଲେ ବୋଲି ପିଅନ ସତ୍ୟବାନ ମଲ୍ଲିକ ପ୍ରକାଶ କରିବା ସହ ମୋ ମଟରସାଇକେଲ ଡିକିରେ ଆସିଥିବା ବ୍ୟକ୍ତି ଉକ୍ତ ଜିନିଷ ରଖିଥିଲେ ବୋଲି ସୂଚନା ଦେଇଥିଲେ ।ସେଥିରେ କଣ ଥିଲା ମୁଁ ଜାଣି ନାହିଁ ବୋଲି ସେ ପ୍ରକାଶ କରିବା ସହ ୨ ହଜାର ଟଙ୍କାର ନୋଟ ଦେଖାଯାଉଥିଲା ବୋଲି ସୂଚନା ଦେଇଥିଲେ ।ଆସିଥିବା ବ୍ୟକ୍ତିଙ୍କୁ ମୁଁ କେବେ ଦେଖି ନ ଥିଲି ବୋଲି ସେ ପ୍ରକାଶ କରିଥିଲେ ।ଏହି ଚଢାଉରେ ଭିଜିଲାନ୍ସର ନିରୀକ୍ଷକ ଏସ.ସାହୁଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇ ଚଢାଉରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.