Home କୋରାପୁଟ କୋରାପୁଟରେ ସ୍ୱାୟତ ଶାସନ ଦିବସ ପାଳିତ

କୋରାପୁଟରେ ସ୍ୱାୟତ ଶାସନ ଦିବସ ପାଳିତ

62

କୋରାପୁଟ ୩୧-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପୈାରପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।କୋରାପୁଟ ପୈାରପରିଷଦ ସଭାଗୃହଠାରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କର୍ମଚାରୀଙ୍କୁ ପୋଷାକ ଓ ଶାଢୀ ଜିଲ୍ଲାପାଳଙ୍କ ଦ୍ୱାରା ବଂଟନ କରାଯାଇଥିଲା । ସହକାରୀ ଯନ୍ତ୍ରୀ ସୁଧିର ଦାଶ ,କନିଷ୍ଠ ଯନ୍ତ୍ରୀ ନର୍ମଦା ସାହୁ , କାର୍ଯ୍ୟାଳୟର ଅଶୋକ ସାହା , ସିମାଞଳ ପଢିହାରୀ , ଦୁର୍ଗା ମାଧବ ସାହୁ ,ଶଶି ସ୍ୱାଇଁ , ଭରତ ହାଲୁଆ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।କୋରାପୁଟ ସହରରେ ଏକ ସ୍ଥାୟୀ ହାଟ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ରାସ୍ତା ଦୁଇ ପାଶ୍ୱର୍ର ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁଥିବା ସେ ପ୍ରକାଶ କରିଛନ୍ତି ।କୋରାପୁଟ ସହରରେ ନିର୍ମାଣଧିନ ପବ୍ଲିକ ଟଇଲେଟ ଗୁଡିକର ରକ୍ଷାଣବେକ୍ଷଣ ନିମନ୍ତେ ମିଶନଶକ୍ତିକୁ ହସ୍ତାନ୍ତର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.