Home ଓଡ଼ିଶା ରଣପର ଏନ୍ . ଏ . ସି. ରେ ସ୍ୱାୟତଶାସନ ଦିବସ ପାଳିତ

ରଣପର ଏନ୍ . ଏ . ସି. ରେ ସ୍ୱାୟତଶାସନ ଦିବସ ପାଳିତ

60

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୮- ସାରା ରାଜ୍ୟ ରେ ଅଗଷ୍ଟ ୩୧ ତାରିଖ କୁ ସ୍ୱୟତଶାସନ ଦିବସ ଭାବେ ପାଳନ କରାଯାଇଥିବା ବେଳେ ସେଥିରୁ ବାଦ୍ ପଡିନୀ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ । କରୋନା ର ଦ୍ୱିତୀୟ ଲହର କମିବାକୁ ଯାଉଥିଲେ ମଧ୍ୟ ତୃତୀୟ ଲହର ଆଶଙ୍କା ରେ କରୋନା କଟକଣା ଭିତରେ ସ୍ୱାୟତଶାସନ ଦିବସ ପାଳିତ ହୋଇଯାଇଅଛି । ଏହି ଦିବସ ରେ ମୁଖ୍ୟ ଅତୀଥି ଭାବେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ସମ୍ମାନୀତ ଅତୀଥି ଭାବେ ଯୋଗ ଦେଇ ସ୍ୱାୟତଶାସନ ର ସୁଫଳ ଉପରେ ବକ୍ତବ୍ୟ ରଖିଥିଲେ ।

ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ର ଉନ୍ନତି ବିଷୟ ରେ ଆଲୋକପାତ କରିଥିଲେ । ଏହି କଟକଣା ପୁର୍ଣ୍ଣ ପତାକା ଉତ୍ତୋଳନ ରେ ବିଜୁ ଯୁବ ଜନତା ଦଳ ନୟାଗଡ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଦାଶ , ଯୁବ ସଂଗଠକ ଲିଙ୍ଗରାଜ ନାୟକ , ଶକ୍ତି ରଞ୍ଜନ ରାୟ , ମନୋରଞ୍ଜନ ଷଡଙ୍ଗୀ,  ବିଜୁ ଛାତ୍ର ଜନତା ଦଳ ସଭାପତି ଆଲୋକ ଜେନା ଙ୍କ ସହ କେତେକ ପୁର୍ବତନ କାଉନ୍‌ସିଲର ଯୋଗ ଦେଇଥିଲେ । କିନ୍ତୁ ବିଜୁ ଜନତା ଦଳ କର୍ମୀ ଙ୍କ ବ୍ୟତୀତ ବିରୋଧି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ର କୈାଣସି କର୍ମୀ ଙ୍କର ଦେଖା ନଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.