Home ଓଡ଼ିଶା ପଟ୍ଟାଭୁକ୍ତ ଜମି ପାଇବା ପାଇଁ କୁଡୁମି ସମାଜ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ

ପଟ୍ଟାଭୁକ୍ତ ଜମି ପାଇବା ପାଇଁ କୁଡୁମି ସମାଜ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧର୍ମଘଟ

46

ହରିଚନ୍ଦନପୁର, ତା, ୩୧ ଅଗଷ୍ଟ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଜମି ପାଇଁ ଦୁଇ ସଂପ୍ରଦାୟ ମଧ୍ୟରେ ଲାଗି ରହିଛି ୬ ବର୍ଷ ହେଲା ବିବାଦ । ପ୍ରଶାସନ ସମାଧାନ ଦିଗରେ ଆନ୍ତରିକତା ଦେଖାଉ ନଥିବା କାରଣରୁ ଶେଷରେ ଆନ୍ଦୋଳନ ପନ୍ଥା ଆପଣାଇଲେ ଲୋକେ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ନଳପଙ୍ଗା ଗ୍ରାମର ମହାନ୍ତ ସଂପ୍ରଦାୟର ଲୋକମାନେ ହରିଚନ୍ଦନପୁର ତହସିଲ୍ କାର୍ଯ୍ୟାଳୟ ଘେରାଉ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଦେଇଛନ୍ତି । ନଳପଙ୍ଗା ଗ୍ରାମର ୩୫ ମହାନ୍ତ ପରିବାର ଗ୍ରାମ ନିକଟରେ ଥିବା ୭୦ ଏକର ଜମିରେ ପିଢ଼ି ପରେ ପିଢ଼ି ଚାଷବାସ କରିବା ସହ ପରିବାର ଗୁଜୁରାଣ ମେଣ୍ଟାଉଥିଲେ ଯାହାକି ମହାନ୍ତ ସଂପ୍ରଦାୟର ଜମିପଟ୍ଟା ରହିଥିବା ଦେଖାଯାଇଛି । ମାତ୍ର ଗ୍ରାମରେ ଥିବା ଆଦିମ ଜନଜାତୀ ଜୁଆଙ୍ଗ ସଂପ୍ରଦାୟର ଲୋକଙ୍କୁ ସରକାର ଜମି ଯୋଗାଇବା ପାଇଁ ଲିଷ୍ଟ ନେଇ ୧୦୦ ଏକରୁ ଉର୍ଦ୍ଧ ସରକରୀ ଜମି ପ୍ରଦାନ କରିଥିଲେ । ସେଟେଲମେଣ୍ଟ ସମୟରେ ତୃଟି କାରଣରୁ ଜୁଆଙ୍ଗମାନେ ମହାନ୍ତମାନଙ୍କ ଜମି ଦଖଲ କରିବା କାରଣରୁ ୬ ବର୍ଷ ହେଲା ବିବାଦ ଆରମ୍ଭ ହୋଇଛି । ବିବାଦ ଆପଣା ବୁଝାମଣାରେ ସମାଧାନ ହୋଇ ନପାରିବା କାରଣରୁ ମାମାଲା କୋର୍ଟରେ ପହଞ୍ଚିଥିଲା । ପରେ ମାମଲା ପଶ୍ଚିମାଞ୍ଚଳ ଆରଡିସିଙ୍କ ନିକଟରେ ପହଞ୍ଚିବା ପରେ ୭୦ ଏକର ପଟ୍ଟା ଜମି ମହାନ୍ତ ସଂପ୍ରଦାୟରଙ୍କୁ ଦଖଲ ଦେବା ସହ ଓ ୧୦୦ ଏକରରୁ ଉର୍ଦ୍ଧ୍ବ ସରକରୀ ଜମି ଜୁଆଁଙ୍ଗମାନଙ୍କୁ ଦଖଲ ଦେବା ପାଇଁ ୨୦୧୮ ମସିହାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ଏହି ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ କରିଥିବା କାରଣରୁ ୨ ସଂପ୍ରଦାୟ ମଧ୍ୟରେ ବିବାଦ ବଢି ଚାଲିଛି । ନିଜର ପଟ୍ଟା ଜମିରୁ ବେଦଖଲ ମହାନ୍ତ ସଂପ୍ରଦାୟର ବାର ବାର ଗୁହାରୀ କରିବା ସ୍ୱତେ ପ୍ରଶାସନ ନିଷ୍କିୟତା ଦେଖି ଶେଷରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି । ତହସିଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଥିବା ବେଳେ ଆଗାମୀ ଦିନରେ ରାସ୍ତାରୋକ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏପରିକି ରାଜ୍ୟରେ ମହାନ୍ତ ମାନଙ୍କ ଥିବା କୁଡୁମୀ ସମାଜ ୩୫ ପରିବାର ପାଇଁ ସହଯୋଗ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭ ଲକ୍ଷ ମହାନ୍ତ ଲୋକେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି । ଅନ୍ୟ ପଟେ ହରିଚନ୍ଦନପୁର ତହସିଲଦାର ପ୍ରଶାନ୍ତ କୁମାର ସେଠୀ କରୋନା ପାଇଁ ବିଳମ୍ବ ହେଉଥିବା ସଫେଇ ଦେଇଥିବା ବେଳେ ବିବାଦ ୬ ବର୍ଷର କାହିଁକି ସମାଧାନ ହୋଇନି ତାହାର ଉତ୍ତର ଦେଇନାହାନ୍ତି । ତେବେ ଆଗାମୀ ଦିନରେ କୌଣସି ଅପ୍ରତିକର ପରିସ୍ଥିତି ଆସେ ସେଥି ପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି କୁଡୁମି ସମାଜ ସଭାପତି ଶରତ ମହାନ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.