Home କୋରାପୁଟ କୋରାପୁଟରେ କାଳବୈଶାଖୀ ତାଣ୍ଡବ

କୋରାପୁଟରେ କାଳବୈଶାଖୀ ତାଣ୍ଡବ

772

କୋରାପୁଟ ୨୯-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ସହରରେ କାଳ ବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି। ସହରର ଶତାଧିକ ପୁରୁଣା ଗଛ ସହ ବିଦ୍ୟୁତ ଖୁଂଟ ଭାଙ୍ଗି ପଡିଛି। ପ୍ରବଳ ବେଗରେ ପବନ ବୋହିବା ହେତୁ ଗଛ ଭାଙ୍ଗି ବିଦ୍ୟୁତ୍ ତାର ଛିଡି ଯାଇଥିବାବେଳେ କେତେକ ସ୍ଥାନରେ ଖୁଂଟ ଭାଙ୍ଗି ଯାଇଛି। ଫଳରେ ସହରରେ ସର୍ମ୍ପୂର୍ର୍ଣ ବିଦ୍ୟୁତ୍ ଯୋଗାଣ ଠପ ହୋଇଯାଇଛି। ମଙ୍ଗଳବାର ସକାଳେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ହେବ ବୋଲି ବିଭାଗୀୟ କନିଷ୍ଠଯନ୍ତ୍ରୀ ମନୋରଂଜନ ମିର୍ଥା ସୂଚନା ଦେଇଛନ୍ତି।ଅଧିକାରୀ ସୂଚନା ଦେଇଥିବାବେଳେ କେବଳ ମେଡିକାଲ କଲେଜକୁ ଆଜି ରାତି ୧୦-୩୦ ସୁଦ୍ଧା ବିଦ୍ୟୁତସଂଯୋଗ ଦେବାକୁ ବିଭାଗ ଚିନ୍ତା କରୁଥିବା ଜଣାପଡିଛି। କୋରାପୁଟ-ଜୟପୁର ରାସ୍ତାର ମଙ୍ଗଳା ମନ୍ଦିର ଛକ, କୋରାପୁଟ-ସୁନାବେଡା ରାସ୍ତାର ମିଶନ କମ୍ପାଉଣ୍ଡ ଛକନିକଟରେ ଗଛ ପଡି ରାସ୍ତା ଅବରୋଦ୍ଧ ହେବା ଯୋଗୁଁ ସେହି ରାସ୍ତାରେ କିଛି ସମୟ ପାଇଁ ଯାନ ବାହାନ ଚଳାଚଳ ପ୍ରଭାବୀତ ହୋଇଥିଲା। ଓଡ୍ରାଫ ଓ ଅଗ୍ନିଶମଟିମ ପହଂଚି ରାସ୍ତାରୁ ଗଛ ହଟାଇବା ପରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିଲା। ସେହିପରି କାଳ ବୈଶାଖି ପ୍ରଭାବରେ ଅନେକ ଲୋକଙ୍କ ଘରର ଛଣ, ଆଜେଷ୍ଟସ ଓ ଟାଇଲ ଉଡି ଭାଙ୍ଗି ଯାଇଥିବାବେଳେ ମୃତିକା ସଂରକ୍ଷଣ କଲୋନୀରେ ରହୁଥିବା ନାରାୟଣପାଟଣା ବିସ୍ଥାପିତ ପରିବାର ପ୍ରଦୀପ ଖରା ଓ ତାଙ୍କ ଝିଅ ତିମା ଖରା ଗୁରୁତର ଆହତ ହୋଇ ଏସଏଲଏନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତି ହୋଇଛନ୍ତି। କେତେ କ୍ଷୟକ୍ଷତି ହୋଇଛି ତାହା ଆକଳନ କରାଯିବ ବୋଲି ତହସିଲଦାର ନେହେରୁ ମାଝି ସୂଚନା ଦେଇଛନ୍ତି।ଆଜି ରାତି ତମାନ ଲୋକେ ଅନ୍ଧାରରେ ରହିବେ ବୋଲି ଜଣାପଡିଛି।ବର୍ଷାପରେ ପରେ ଗରମ ସାଗଂକୁ ମଶାମାନଙ୍କ ଉପଦ୍ରବକୁ ଲୋକମାନେ କିପରି ଅନ୍ଧାରରେ ସମ୍ଭାଳିବେ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ବିଦ୍ୟୁତ ବିଭାଗର କେତେ କ୍ଷୟକ୍ଷତି ହେଉଛି ତାହା ଆସନ୍ତାକାଲି ଜଣାପଡିବ ବୋଲି ଇଂ ମିର୍ଥା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.