Home କୋରାପୁଟ କୋରାପୁଟରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ

କୋରାପୁଟରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ

56

କୋରାପୁଟ ୧୦-୧୨(ଓଡିଆ ପୁଅ/ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ ହ୍ୟୁମାନ ରାଇଟସ ଫ୍ରଂଟ ଇଣ୍ଡିଆ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି ।ଜାତୀୟ ମାନବ ଅଧିକାର ଆୟୋଗ କୋର କମିଟି ସଦସ୍ୟ ତଥା ହ୍ୟୁମାନ ରାଇଟସ ଫ୍ରଂଟ ଇଣ୍ଡିଆ ଓଡିଶା ରାଜ୍ୟର ଅଧ୍ୟକ୍ଷ ମନୋଜ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପୂର୍ବତନ ବିଧାୟକ ଗୁପ୍ର ପ୍ରସାଦ ଦାଶ ,ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ,କୋରାପୁଟ ସଦର ଥାନା ଭାରପ୍ରାପ୍ତ ନିରୀକ୍ଷକ ସମର୍ପିତା ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ ।ମାନବ ଅଧିକାରର ଉଲଂଘନ ଦିନକୁ ଦିନ ବୃଦ୍ଧି ପାଉଥିବା ଶ୍ରୀ ଜେନା ପ୍ରକାଶ କରିବା ସହ ମଣିଷଟିଏ ସମ୍ମାନ ସହ ବଂଚିବାର ଯେଉଁ ମୈାଳିକ ଅଧିକାର ରହିଛି ତାହା ଏ ପର୍ଯ୍ୟନ୍ତ ପାଉ ନ ଥିବା ସେ ପ୍ରକାଶ କରିଛନ୍ତି ।ଶିଶୁ,ମହିଳା ,ବୟସ୍କ ବ୍ୟକ୍ତି କିପରି ସେମାନଙ୍କର ମୈାଳିକ ଅଧିକାର ପାଇପାରିବେ ସେଥିପ୍ରତି ସମାଜିକ କର୍ମି ,ମାନବ ଅଧିକାର କର୍ମି , ଗଣମାଧ୍ୟମ ପ୍ରତିନିଧି ସମସ୍ତେ ଆଜିର ଦିନରେ ଶପଥ ନେଇ କାର୍ଯ୍ୟ କରିବାକୁ ପଡିବ ବୋଲି ସେ ଆହ୍ୱାନ ଦେଇଥିଲେ ।ଏହି ଅବସରରେ  ରାଜ୍ୟ ଆବାହାକ ରାଜୀବ ପଟନାୟକ ,ରାଜ୍ୟ ସଂଯୋଜକ ମନିଷା ଦାସ ପଟନାୟକ ,ରାଜ୍ୟ ମେଡିଆ ସେଲର ସଂଯୋଜକ ବିନ୍ଦୁଜା ଉପାଧ୍ୟୟ ,ଆଚଂଳିକ ସଂଯୋଜକ ନଭସିଂ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ପାଣ୍ଡେ ,ପ୍ରବୀର ପାତ୍ର ଓ ଅନ୍ୟମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି  ଇଣ୍ଡିଆ ହ୍ୟୁମାନ ରାଇଟସ କମ୍ୟୁନିଟି ଇଣ୍ଡିଆ କୋରାପୁଟ ଜିଲ୍ଲା ଶାଖା ତରଫରୁ ଆନ୍ତର୍ଜାତୀୟ ମାନବ ଅଧିକାର ଦିବସ  କୋରାପୁଟସ୍ଥିତ ତଥାସ୍ତୁ ସଭାଗୃହଠାରେ ପାଳିତ ହୋଇଯାଇଛି ।ପଦ୍ମଶ୍ରୀ କମଳା ପୂଜାରୀ ,କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ  , ଜାତୀୟ ମାନବ ଅଧିକାର ଆୟୋଗ କୋର କମିଟି ସଦସ୍ୟ ମନୋଜ ଜେନା , ଆଇଏଚଆରସିଆଇର ଜାତୀୟ ନିର୍ଦ୍ଦେଶକ ଡ.ଶିବ ନାରାୟଣ ପାତ୍ର , ଏଚଆରଏଫଆଇର ରାଜ୍ୟ ଆବାହାକ ରାଜୀବ ପଟନାୟକ , ଆଇଏଚଆରସିଆଇର ଓଡିଶା ରାଜ୍ୟ ମେଡିଆ ଉପଦେଷ୍ଟା ଅଜୟ ସାହୁ,ଫାଉଣ୍ଡେସନ ବୋର୍ଡର ଆଇନ ଉପଦେଷ୍ଟା ସୁଧିର ନାୟକ,ରାଜ୍ୟ ଉପସଭାପତି ଡ.ରାଜେନ୍ଦ୍ର କୁମାର ପାତ୍ର ,କୋରାପୁଟ ଜିଲ୍ଲା ଶାଖାର ସଭାପତି ଏଲ.ପ୍ରଦୀପ ପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଶରତ କୁମାର ପଳିତା ମୁଖ୍ୟ ବକ୍ତାଭାବେ ଯୋଗଦେଇ ମାନବ ଅଧିକାରର ଉଲଂଘନ ହେଉଥିବା ପ୍ରକାଶ କରିଛନ୍ତି ।ମାନବ ଅଧିକାର ସଂପର୍କରେ ସଚେତନତାର ଅଭାବ ରହିଥିବା ସେ ସୂଚନା ଦେଇଛନ୍ତି ।ମାନବ ଅଧିକାରକୁ ଜନ ଅନ୍ଦୋଳନରେ ତୋଳି ରଖିବାକୁ ସେ ଆୟୋଜକମାନଙ୍କୁ ଆହ୍ୱାନ ଦେବା ସହ ମାନବ ଅଧିକାର ସଂପର୍କରେ ଅଧିକା ସଚେତନତାର ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱ ଦେଇଛନ୍ତି ।ଶେଷରେ ଆନନ୍ଦ ଏମ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.