Home କୋରାପୁଟ କୋରାପୁଟରେ ମାଟିଲଗ୍ନା ସାହିତ୍ୟ ସଂସଦର ଶୀତକାଳୀନ ସାହିତ୍ୟ ଆସର

କୋରାପୁଟରେ ମାଟିଲଗ୍ନା ସାହିତ୍ୟ ସଂସଦର ଶୀତକାଳୀନ ସାହିତ୍ୟ ଆସର

28

କୋରାପୁଟ ୧୧-୧୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସରକାରୀ ବାଳିକା ବିଦ୍ୟାଳୟ ସଭାଗୃହଠାରେ ମାଟିଲଗ୍ନା ସଂସଦ ଦ୍ୱାରା ଶୀତକାଳୀନ  ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାହିତ୍ୟ ଆସରରେ ସଂସଦର ରାଜ୍ୟ ସଭାପତି ତଥା  ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ କିଶୋର ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷାର୍ଥିମାନଙ୍କ ସାମୁହିକ ବିକାଶ ହେଲେ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।ସଂସଦର ବରିଷ୍ଠ ଉପଦେଷ୍ଟା କବି ମହାଦେବ ଶତପଥି ମୁଖ୍ୟବକ୍ତା ,ଯୁବ ସାହିତ୍ୟିକ ଅଧ୍ୟାପକ ତ୍ରୀନାଥ ପଟନାୟକ ସମ୍ମାନ୍ନିତ ଅତିଥି ଓ ଶିକ୍ଷୟତ୍ରୀ ସଂଗୀତା ସାହୁ ସମ୍ମାନ୍ନିତ ବକ୍ତାଭାବେ ଯୋଗଦେଇ ଆଦିବାସୀ ଅଧ୍ୟଷିତ ଜିଲ୍ଲାରେ ଲୁକକାୟିତ ପ୍ରତିଭାଙ୍କୁ ଅନ୍ନେଷଣ କରି ତାହାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।ସାଧାରଣ ଜ୍ଞାନ ,କବିତା ଆବୃତି,ସାହିତ୍ୟ ଜ୍ଞାନ,ନୃତ୍ୟ ଓ ଗୀତ ପ୍ରତିଯୋଗିତା କରାଯାଇ ୧୫ ଜଣ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ନ୍ଧନା ଜ୍ଞାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.