Home Top News ନୂଆ ବର୍ଷରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ନୂଆ ବର୍ଷରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

22

ପୁରୀ ୧୧-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ଚଳିତ ମାସ ୩୧ତାରିଖ ଓ ଜାନୁଆରୀ ୧ତାରିଖ ରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ। ଚଳିତ ମାସ ୧୬ ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟ ହୋଇଛି। ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସକାଳ ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ଶେଷ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି। ନୂତନ SOP ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ। ସକାଳ ୫:୩୦ ରୁ ୯:୩୦ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ବନକ ଲାଗି ଓ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଦିନ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ରହିବ। ଭକ୍ତ ମାନେ ପାର୍ଶ୍ୱ ଦେବାଦେବୀ, ଗରୁଡ଼ ସ୍ତମ୍ଭ ଦର୍ଶନ ସମେତ ମହାପ୍ରସାଦ ସେବନ କରିପାରିବେ। ଚଳିତ ମାସର ସମସ୍ତ ରବିବାର ସମେତ ଡିସେମ୍ବର ୩୧ ଓ ଜାନୁଆରୀ ୧ତାରିଖ ନୂଆବର୍ଷ ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବ ପରି କୋଭିଡ କଟକଣା ପାଇଁ ୯୬ ଘଣ୍ଟା ର RTPCR ରିପୋର୍ଟ କିମ୍ବା ଡବଲ ଡୋଜ ଟୀକା କରଣ ର ରିପୋର୍ଟ ଦେଖାଇ ଦର୍ଶନ ପାଇଁ ଯାଇପାରିବେ। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ପ୍ରବେଶ ନିମନ୍ତେ ଅନ୍ୟ ବୈଠକ ପରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତି। ନୀଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ ଵିଶାଲ ସିଂ ଓ ଶ୍ରୀମନ୍ଦିର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଛତିଶା ନିଯୋଗ ର ସମସ୍ଥ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.