Home Top News ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

ଓଡିଶା ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ବିରୋଧ କରିବା ଓଡିଶା ବିଜେପିର ଅଭ୍ୟାସ: ବିଜେଡି

66

ଭୁବନେଶ୍ୱର, ୧୮/୦୮ (ଓଡ଼ିଆ ପୁଅ) : ଲୋକଙ୍କ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଯେତେବେଳେ କୌଣସି ଯୋଜନା କିମ୍ବା କାର୍ଯ୍ୟକ୍ରମ ଆରମ୍ଭ ହୁଏ ସେତେବେଳେ ଓଡିଶା ବିଜେପି ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭଳି ବ୍ୟକ୍ତିଙ୍କ ଜରିଆରେ ନିମ୍ନ ରୁଚିର ଭାଷା ପ୍ରୟୋଗ କରି ଏଭଳି ଯୋଜନାକୁ ସମାଲୋଚନା କରିଥାନ୍ତି। ଯେଭଳି ଆଜି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‍କେୱାଇ)କୁ ସେ ସମାଲୋଚନା କରିଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟ ସରକାରମାନେ ଯେଭଳି ‘କାଳିଆ’ ଓ ‘ମମତା’ ଭଳି ଯୋଜନାକୁ ସେମାନଙ୍କ ରାଜ୍ୟ ପାଇଁ କପି କରିଛନ୍ତି, ଖୁବଶୀଘ୍ର ଶ୍ରୀମତୀ ସାମନ୍ତସିଂହାର ଦେଖିବେ ସେମାନେ ମଧ୍ୟ ଓଡିଶାର ବିଏସ୍‍କେୱାଇ ଯୋଜନାକୁ ଅନୁରୂପ ଭାବେ କପି କରିବେ।

ଓଡିଶାବାସୀ ଭଲଭାବେ ଜାଣିଛନ୍ତି ଯେ ବିଜେଡି ସରକାର ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଉଥିବାବେଳେ ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାର ଶସ୍ତା ରାଜନୀତି କରୁଛନ୍ତି। ଓଡିଶାବାସୀ ଏହା ଭଲଭାବେ ହୃଦୟଙ୍ଗମ କଲେଣି।

ଖୁବ୍‍ଶୀଘ୍ର ଓଡିଶା ବିଜେପି ଏବଂ ଶ୍ରୀମତୀ ସାମନ୍ତସିଂହାର ଦେଖିବେ ବିଏସ୍‍କେୱାଇ ଯୋଜନା କେତେ ଲାଭଦାୟକ। ସେତେବେଳେ ସେମାନଙ୍କୁ ଆଜିର ବିବୃତ୍ତି ପାଇଁ ଅନୁତାପ କରିବାକୁ ପଡିବ ବୋଲି ସୁଶ୍ରୀ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.