Home ଜିଲ୍ଲା ପରିକ୍ରମା କୋରାଇ ବ୍ଲକ୍ ମକୁନ୍ଦପୁର ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ 

କୋରାଇ ବ୍ଲକ୍ ମକୁନ୍ଦପୁର ସରପଞ୍ଚ ଦାୟିତ୍ୱ ନେଲେ ନାଏବ ସରପଞ୍ଚ 

152

ଯାଜପୁର୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ମକୁନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଦାୟିତ୍ୱ ଆଜି ସୁକାନ୍ତି ଜେନାଙ୍କୁ ଅର୍ପଣ କରାଯାଇଛି । ଗତ ୧୯ ତାରିଖ ସରପଞ୍ଚ ଅଶୋକୁମାର ଜେନାଙ୍କ ଅକାଳ ବିୟୋଗରୁ ସରପଞ୍ଚ ପଦବୀ ଖାଲି ପଡିଥିଲା । ଆଜି କୋରାଇ ବ୍ଲକ୍ ବିଡିଓ ଙ୍କ ପତ୍ର ସଂଖ୍ୟା ୫୦୮ ଅନୁଯାୟୀ ସୁକାନ୍ତି ଜେନାଙ୍କ ଦାୟିତ୍ୱ ଦେବାକୁ ପଂଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ସତ୍ୟଞ୍ଜଜନ ବେହୁରିଆଙ୍କୁ ପତ୍ର ଲେଖିଥିଲେ । ତଦନୁଯାୟୀ ଶ୍ରୀମତୀ ଜେନା ଆଜି ବ୍ଲକ କାର୍ଯ୍ୟାଳୟରେ ଜିପିଓ ପୂର୍ଣ୍ଣ ଚନ୍ଦ୍ର ପାତ୍ରଙ୍କ ଠାରୁ ସରପଂଚ ଦାୟିତ୍ୱ ନେଇଥିଲେ । ନିରାକର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଧିର କିଶୋର ରାୟ, ରବିନ୍ଦ୍ର ମଲ୍ଲିକ, ଗୁରୁ ଚରଣ ମହାନ୍ତି, ଅଭିରାମ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.