Home ଓଡ଼ିଶା ୨ ଭଉଣୀ ପାଇଁ  ଦୁଇ ଭଉଣୀ ପରୀକ୍ଷା ଦେଇ ଥାନାରେ ଅଟକ  ୧୪ ଜଣ ପରୀକ୍ଷାର୍ଥୀ...

୨ ଭଉଣୀ ପାଇଁ  ଦୁଇ ଭଉଣୀ ପରୀକ୍ଷା ଦେଇ ଥାନାରେ ଅଟକ  ୧୪ ଜଣ ପରୀକ୍ଷାର୍ଥୀ ଏକ୍ସଫେଲ୍‌

222

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୨-ନୟାଗଡ ଜିଲ୍ଲା ରଣପୁରରେ ଚାଲିଥିବା ମାଟ୍ରିକ୍ ପରୀକ୍ଷା କେନ୍ଦ୍ରର ବ୍ୟାପକ କପି, ଜାଲିଆତିର ଜ୍ୱଳନ୍ତ ଉଦାହରଣ । ରଣପୁର ଥାନାରେ ଦୁଇଜଣ ନକଲୀ ପରିକ୍ଷାର୍ଥୀନୀ ରଣପୁର ଥାନାରେ ଅଟକ ଥିବା ଜଣା ପଡିଛି । ଏ ସମ୍ପର୍କେ କୁଳାସର ହାଇସ୍କୁଲ୍ ର ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଟ୍ ବିଜୟ କୁମାର ମହାପାତ୍ର ଥାନାରେ ଅଭିଯୋଗ କରିଥିଲେ । ଘଟଣାରୁ ପ୍ରକାଶ ଫେବୃୟାରୀ ୨୬ ତାରିଖରେ ମାଟ୍ରିକ୍ ପରୀକ୍ଷା ଗଣିତ ବିଷୟରେ ଚାଲିଥିଲା । ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଟ୍ ବିଜୟ କୁମାର ମହାପାତ୍ର ପିଲାମାନେ ପ୍ରବେଶ ସମୟରେ ଏ ସମ୍ପର୍କେ ଜାଣି ପାରିନଥିଲେ ।

ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ସ୍ୱାର୍ଡ ଭାବେ ଚେକିଙ୍ଗ କରିବା ସମୟରେ ଜାଣିବାକୁ ପାଇଲେଯେ ତାଳକଣୀ ହାଇସ୍କୁଲ୍ ର ରଶ୍ମିତା ପ୍ରତାପ ସିଂ ଙ୍କ ନାମରେ ତାଙ୍କ ବଡ ଭଉଣୀ ସଙ୍ଗୀତା ପ୍ରତାପ ସିଂ ଓ ଲିପିନା ଗୁରୁ ତାଙ୍କ ଭଉଣୀ ବିଜୟଲକ୍ଷ୍ମୀ ଗୁରୁଙ୍କ ନାମରେ ପରୀକ୍ଷା ଦେଉଛନ୍ତି । ଆଇଡେଣ୍ଟି କାର୍ଡରେ ଥିବା ଫଟୋ ସହିତ ଏମାନଙ୍କ ଫଟୋ ମିଶିନଥିଲା । ଉଭୟଙ୍କୁ ରଣପୁର ଥାନାରେ ସୁପରିଟେଣ୍ଡେଟଙ୍କ ଅଭିଯୋଗ ପାଇ ପୋଲିସ୍ ଅଟକ ରଖିଥିବା ଜଣା ପଡିଛି । ଏହି କେନ୍ଦ୍ରଟିରେ ଜୋରଦାର କପି ଚାଲିଥିବାରୁ ଆଉ ୧୪ ଜଣଙ୍କୁ ଏକ୍ସ ଫେଲ୍ କରାଯାଇଛି । ଏକ ସୂଚନା ଅନୁଯାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ନକଲୀ ପରୀକ୍ଷାର୍ଥୀ ବସାଇ ପରୀକ୍ଷା ଦେବା କାର୍ଯ୍ୟରେ ଏକ ର‌୍ୟାକେଟ୍ କାମ କରୁଛି । ଏହି ର‌୍ୟାକେଟ୍ କୁ ଠାବ ପାଇଁ ପ୍ରଶାସନିକ ଉଦ୍ୟମ ଚାଲିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.