Home ଜିଲ୍ଲା ପରିକ୍ରମା କୋଭିଡ଼୍ ମୃତକ ପରିବାରଙ୍କୁ ଆର୍ଥିକ ସହାୟତା, ପାଇଲେଣି ୩୧୯

କୋଭିଡ଼୍ ମୃତକ ପରିବାରଙ୍କୁ ଆର୍ଥିକ ସହାୟତା, ପାଇଲେଣି ୩୧୯

83

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କୋଭିଡ଼୍‌-୧୯ରେ ପ୍ରାଣ ହାରିଥିବା ମୃତକମାନଙ୍କ ଉତ୍ତରାଧିକାରୀମାନଙ୍କୁ ସରକାରୀ ନିର୍ଦ୍ଦେଶମତେ ଟ. ୫୦, ୦୦୦/- (ପଚାଶହଜାର) ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଚାଲୁ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଅଦ୍ୟାବଧି ୩୧୯ ମୃତକ ପରିବାରକୁ ଏ ବାବଦରେ ଅର୍ଥ ପ୍ରଦାନ କରାଯାଇ ଅଛି। ପ୍ରକାଶ ଥାଉକି ଜିଲ୍ଲାର କୌଣସି କୋଭିଡ଼୍ ମୃତକଙ୍କ ପରିବାର ଏ ପ୍ରକାର ସହାୟତା ପ୍ରାପ୍ତି ପାଇଁ ଏବେ ସୁଦ୍ଧା ଆବେଦନ କରିନଥିଲେ ଯାଥାଶୀଘ୍ର ଆବେଦନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯିବା ସହିତ ଏ ଦିଗରେ ଜନସଚେତନତା ବୃଦ୍ଧି ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.