Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ଲତାଜୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ଗାନ୍ଧୀ ବାଳାଶ୍ରମରେ ଲତାଜୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

88

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁର ସାମ୍ରାଜ୍ଞୀ ଭାରତ ଋତ୍ନ କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କର ମୃତ୍ୟୁରେ ଗାନ୍ଧୀ ଓଡିଶା ବାଳାଶ୍ରମ ପରିସରରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ସମ୍ପାଦକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି। ଉକ୍ତ ଶୋକସଭାରେ ବରିଷ୍ଠ ଅଧିବକ୍ତା ମନୋରଞ୍ଜନ ମହାନ୍ତି, ରବିନାରାୟଣ ଜେନା, ନାଟ୍ୟକାର ବିଜୟ କୁମାର ବହଳୀ, ପ୍ରଦ୍ୟୁତନ ସୁଆର, ସଙ୍ଗୀତଜ୍ଞ ମନୋଜ କୁମାର ପଣ୍ଡା, ରାମ ନାରାୟଣ ପଣ୍ଡା, ଅନୀଲ କୁମାର ନାୟକ, ସୁଶାନ୍ତ କୁମାର ବାରିକ, ସନ୍ତୋଷ କୁମାର ମହାପାତ୍ର, ହରିହର ମହାନ୍ତି ଇତ୍ୟାଦି ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଦିବଂଗତା ଲତାଜୀଙ୍କ ‘ଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବାପରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଲତାଜୀଙ୍କ ପରଲୋକ ଏକ ଯୁଗର ଅବସାନ ଘଟିଲା, ତାଙ୍କର ପରଲୋକ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି, ତାଙ୍କର ସୁମଧୁର ସ୍ୱର ପାଇଁ ସେ ଚିରକାଳ ସ୍ମରଣୀୟ ହୋଇ ରହିବେ। ଏହି ଦାରୁଣ ଦୁଃସମ୍ବାଦ କେବଳ ଯେ ସଙ୍ଗୀତପ୍ରେମୀଙ୍କ ପାଇଁ ନୁହେଁ ବରଂ କୋଟି କୋଟି ଜନତାଙ୍କ ହୃଦୟ ଭାଙ୍ଗିଲା ଭଳି ଏକ ଅବିଶ୍ୱସନୀୟ ଖବର। ଦେବୀ ସରସ୍ୱତୀଙ୍କ ଅଂଶ ହୋଇ ସେ ଧରାପୃଷ୍ଠରେ ଜନ୍ମ ହୋଇଥିଲେ ଏବଂ ସରସ୍ୱତୀ ପୂଜା ଅବସରରେ ତାଙ୍କୁ ବ୍ରହ୍ମଲୋକକୁ ନେଇଗଲେ। ଲତା ମଙ୍ଗେସ୍‌କର କେବଳ ଆମ ଦେଶ ପାଇଁ ନୁହେଁ ବରଂ ସାରା ବିଶ୍ୱରେ ସେ ରତ୍ନ ଥିଲେ ଓ କୋଟି କୋଟି ଜନତାଙ୍କ ଭଲ ପାଇବା ହେଉଛି ତାଙ୍କର ଅମାପ ଶକ୍ତି ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବାଳାଶ୍ରମର କର୍ମୀ ଝରଣା ଦାସ, ପ୍ରଜ୍ଞା ଦାସ, ଚନ୍ଦନ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ସସ୍ମିତା ମଲ୍ଲିକ, ପ୍ରତିମା ସାହୁ, ଅରବିନ୍ଦ ସେଠୀ, ରାଜେଶ ମୋହିନୀ, କୁନ୍‌ମୁନ୍ ପଣ୍ଡା, ନିରଞ୍ଜନ ରାଉତ, ଝୁନୁଲତା ରାଉତ ସୂଚାରୁରୁପେ ପରିଚାଳନା କରିଥିଲା ବେଳେ ଅଧୀକ୍ଷକ ହୃଷିକେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.