Home ଓଡ଼ିଶା କୋଭିଡ଼୍ କଟକଣା ପାଇଁ ଫିକା ପଡ଼ିବ ଦୀପାବଳି ଅମାବାସ୍ୟା

କୋଭିଡ଼୍ କଟକଣା ପାଇଁ ଫିକା ପଡ଼ିବ ଦୀପାବଳି ଅମାବାସ୍ୟା

35

ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଚଳିତ ବର୍ଷ କୋଭିଡ଼୍‌୧୯ ପାଇଁ ଦୀପାବଳୀ ଅମାବାସ୍ୟା ଫିକା ପଡ଼ିବ। ରାଜ୍ୟ ସରକାରଙ୍କ କଟକଣା ଯୋଗୁଁ ସହରର କୈାଣସି ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମୋତି ଦିଆଯାଇନାହିଁ। କେତେକ ସାହି ଗଳି କନ୍ଦିରେ କାଁ-ଭାଁ ବାଣ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଆଉ ଗୋଟିଏ ଦିନ ପରେ ଦୀପାବଳି ଅମାବାସ୍ୟା ଅନୁଷ୍ଠିତ ହେବ। ଦୀପାବଳି ଅମାବାସ୍ୟାରେ ବଡ଼ବଡ଼ୁଆ ଡ଼ାକିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସିଥାନ୍ତି। ଚଳିତ ବର୍ଷ କୋରନା କଟକଣା ଯୋଗୁଁ ଶ୍ରୀକ୍ଷେତ୍ରରେ ଲୋକମାନଙ୍କର ବିଶେଷ ଗହଳି ଚହଳି ଦେଖାଯାଉ ନାହିଁ। ସହରର ବିଭିନ୍ନ ସ୍ଥାନରେ କାଉଁରିଆ କାଠି, ମାଟି ଦୀପ ଓ ପୋଲାଙ୍ଗ ତେଲ ଆଦିର ଅସ୍ଥାୟୀ ପସରା ମାନ ଖୋଲିଥିବା ଦେଖା ଯାଏ। ସେହିପରି କୋରାନା କଟକଣା ମଧ୍ୟରେ କାଳି ମଣ୍ଡପ ଗୁଡ଼ିକରେ କାଳୀ ପୂଜା ଅନୁଷ୍ଠିତ ହେବ। ଧନତେରାସ୍ ପାଇଁ ସହରରେ ଥିବା ବିଭିନ୍ନ ଜୋୟଲରି ଦୋକାନରେ ମଧ୍ୟ ଗ୍ରାହକମାନଙ୍କର ସୁନା କିଣିବା ପାଇଁ ଗହଳି ଆରମ୍ଭ ହୋଇଛି। କୁମ୍ଭକାରମାନେ ମାଟିର ଦୀପ ନିର୍ମାଣ କରି ଦୀପାବଳୀରେ ବେଶ୍ ରୋଜଗାର କରିବାର ଆଶା ରଖିଥାନ୍ତି। କିନ୍ତୁ, ଚଳିତ ବର୍ଷ କୋରନା ପାଇଁ ଦୀପ ବଜାରରେ ମଧ୍ୟ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.