Home ଓଡ଼ିଶା କ୍ରମାଗତ ପଞ୍ଚମ ଦିନରେ ଭାରତରେ ୫୦ ହଜାରରୁ କମ୍ ନୂତନ ମାମଲା

କ୍ରମାଗତ ପଞ୍ଚମ ଦିନରେ ଭାରତରେ ୫୦ ହଜାରରୁ କମ୍ ନୂତନ ମାମଲା

36

– ଦେଶରେ ସକ୍ରିୟ କରୋନା ମାମଲା ୪.୯ ଲକ୍ଷରୁ କମ, ମୋଟ ପଜିଟିଭ୍ ମାମଲା ୫.୬୩%କୁ ହ୍ରାସ

କ୍ରମାଗତ ପଞ୍ଚମ ଦିନ ପାଇଁ ଦେଶରେ ଗତ ୨୪ ଘଣ୍ଟାରେ ନୂଆ କରୋନା ମାମଲା ୫୦ ହଜାରକୁ ଅତିକ୍ରମ କରିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭, ୯୦୫ ଜଣ କୋଭିଡ-୧୯ ପଜିଟିଭ୍ ଭାବେ ଚିହ୍ନଟ ହୋଇଛନ୍ତି।

କ୍ରମାଗତ ୪୦ ଦିନରେ ଦୈନିକ ନୂଆ ପଜିଟିଭ୍ ମାମଲା ତୁଳନାରେ ଦୈନିକ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୨, ୭୧୮ ଜଣ ସୁସ୍ଥ ହୋଇଛନ୍ତି।

ଏହି ଧାରା ଜାରି ଥିବାରୁ ଦେଶରେ ଏବେ ସକ୍ରିୟ ମାମଲା ହ୍ରାସ ପାଇ ୪.୯୮ ଲକ୍ଷରେ ରହିଛି। ଏହା ଦେଶର ମୋଟ କରୋନା ପଜିଟିଭ୍ ମାମଲାର ୫.୬୩% ହୋଇଥିବା ବେଳେ ଦେଶରେ ମୋଟ ସକ୍ରିୟ ମାମଲାର ସଂଖ୍ୟା ୪, ୮୯, ୨୯୪, ଯାହାକି ୫ ଲକ୍ଷରୁ ତଳେ ରହିଛି।

ନୂଆ ପଜିଟିଭ୍ ମାମଲା ତୁଳନାରେ ଦୈନିକ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବାରୁ ସୁସ୍ଥତା ହାର ବୃଦ୍ଧି ପାଇଛି। ଏହା ଏବେ ୯୨.୮୯% ରହିଛି। ମୋଟ ସୁସ୍ଥଙ୍କ ସଂଖ୍ୟା ୮୦, ୬୬, ୫୦୧। ସୁସ୍ଥ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୭୫, ୭୭, ୨୦୭ରେ ପହଞ୍ଚିଛି।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୮% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୯୧୬୪ ଜଣ ସୁସ୍ଥ ହୋଇଛନ୍ତି। ଏହା ପଛକୁ ଦିଲ୍ଲୀରେ ୭୨୬୪ ଜଣ ଏବଂ କେରଳରେ ୭୨୫୨ ଜଣ ସୁସ୍ଥ ହୋଇଛନ୍ତି।

ନୂଆ ପଜିଟିଭ୍ ମାମଲାରୁ ୭୮% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ।

ଦିଲ୍ଲୀରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଏଠାରେ ଗୋଟିଏ ଦିନରେ ସର୍ବାଧିକ ନୂଆ ୮୫୯୩ ପଜିଟିଭ୍ ମାମଲା ଆସିଛି। ଏହା ପଛକୁ କେରଳରେ ୭୦୦୭ ଏବଂ ମହାରାଷ୍ଟ୍ରରେ ୪୯୦୭ ନୂଆ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫୦ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ମୃତ୍ୟୁହାର ରହିଛି ୧.୪୮%।

ନୂଆ ମୃତ୍ୟୁ ମଧ୍ୟରୁ ୮୦% ହୋଇଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ। ମହାରାଷ୍ଟ୍ରରେ କେବଳ ୨୨.୭%, ଅର୍ଥାତ ୧୨୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପଛକୁ ଦିଲ୍ଲୀରେ ୮୫ ଏବଂ ପଶ୍ଚିମବଙ୍ଗରେ ୪୯ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.