Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳ ସାଇକେଲ୍‌ରେ ବାହାରି ‘ମୋ ଧାମ ମେ ଗର୍ବ’ ଅଭିଯାନ କାର୍ଯ୍ୟ ତଦାରଖ କରିଥିଲେ

ଜିଲ୍ଲାପାଳ ସାଇକେଲ୍‌ରେ ବାହାରି ‘ମୋ ଧାମ ମେ ଗର୍ବ’ ଅଭିଯାନ କାର୍ଯ୍ୟ ତଦାରଖ କରିଥିଲେ

47

ପୁରୀ ୧୨/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ସକାଳୁ ସକାଳୁ ଅଚାନକ ଜିଲ୍ଲାପାଳ ସାଇକେଲ୍‌ରେ ବାହାରି ଅନ୍ୟ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବିଭିନ୍ନ ମଠ ପରିକ୍ରମା କରିବା ସହ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ‘ମୋ ଧାମ ମୋ ଗର୍ବ’ ଅଭିଯାନ କାର୍ଯ୍ୟ ମଧ୍ୟ ତଦାରଖ କରିଥିଲେ। ଜିଲ୍ଲାପାଳ ପ୍ରଥମେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାଧନା ପୀଠ ବଡ଼ ଓଡ଼ିଆ ମଠକୁ ଯାଇ ସ୍ଥିତି ଦେଖିଥିଲେ। ଦୀର୍ଘ ବର୍ଷ ହେବ ଏହି ମଠ ନିଶା ବେପାରିଙ୍କ ଆଡ଼ା ସ୍ଥଳୀ ପାଲଟି ଥିଲା। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିବା ଏହି ମଠର ପୁନଃଉଦ୍ଧାର ପାଇଁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ସାଂପ୍ରତିକ ସ୍ଥିତି ବୁଲି ଦେଖିଛନ୍ତି। ଏଥି ସହ ଶ୍ରୀମନ୍ଦିର ମେଘନାଦ ପ୍ରାଚେରୀ ଠାରୁ ୭୫ ମିଟର ଚୈାଉହଦିରେ ବିଶ୍ୱ ସ୍ତରୀୟ ଐତିହ ସହର ପାଇଁ ହୋଇଥିବା ଉଚ୍ଛେଦ କାର୍ଯ୍ୟ ଯୋଗୁଁ ଜମା ହୋଇଥିବା କଠିନ ଆବର୍ଜ୍ଜନା ସ୍ଥାନାନ୍ତର ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ‘ମୋ ଧାମ ମୋ ଗର୍ବ’ ଯୋଜନାରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ମହାପ୍ରସାଦର ବଳକା ଅଂଶ, ଫୁଲ, ଫଳ ସ୍ଥାନାନ୍ତର ପାଇଁ ନିୟୋଜିତ ହୋଇଥିବା କୈବଲ୍ୟ ରଥର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.