Home Top News କୋଭିଡ ସମୟରେ ନିର୍ମଳା ସୀତାରାମନ୍ ଆଶା ଅନୁଯାୟୀ ବଜେଟ୍ ଉପସ୍ଥାପନ କରିବେ, ଜାଣନ୍ତୁ କେଉଁ ପ୍ରତି...

କୋଭିଡ ସମୟରେ ନିର୍ମଳା ସୀତାରାମନ୍ ଆଶା ଅନୁଯାୟୀ ବଜେଟ୍ ଉପସ୍ଥାପନ କରିବେ, ଜାଣନ୍ତୁ କେଉଁ ପ୍ରତି ଦୃଷ୍ଟି ଦେବେ ଅର୍ଥମନ୍ତ୍ରୀ

26

ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ/ମନୋସ୍ୱିନୀ ପ୍ରହରାଜ) ଆଜି ହେଉଛି ୧ ଫେବୃଆରୀ ଅର୍ଥାତ୍ ବଜେଟ୍‌ର ଦିନ। ଏହି ବଜେଟ୍ ହେଉଛି ମୋଦୀ ସରକାରଙ୍କ ନବମ ଏବଂ ଦ୍ୱିତୀୟ କାର୍ଯ୍ୟକାଳ ଭିତରେ ତୃତୀୟ ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସକାଳ ୧୧ ଟାରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ।

ଆଜି ନିର୍ମଳା ସୀତାରାମନ୍ କ’ଣ କ’ଣ ଉପସ୍ଥାପନ କରିବେ ତାକୁ ଜାଣିବାକୁ ସାଧାରଣ ଜନତା ଅପେକ୍ଷା କରି ବସିଛନ୍ତି। କରୋନା କାରଣରୁ ଦେଶରେ ଏପଟ ସେପଟ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଏହି ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇପାରେ ବୋଲି ବିଶ୍ୱାସ କରାଯାଉଛି।

ବଜେଟରେ ହାରାହାରି ଟିକସଦାତାଙ୍କ ହାତରେ ଅଧିକ ଟଙ୍କା ରଖିବା ଏବଂ ବୈଦେଶିକ ଟିକସକୁ ଆକର୍ଷିତ କରିବା ପାଇଁ ଏହି ନିୟମକୁ ସରଳ କରାଯିବ ବୋଲି ଆଶା କରାଯାଉଛି।

ଏହି ବଜେଟରେ 80C ର ସୀମା ବଢାଇ ଅଢେଇ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି। ବଜେଟରେ ସରକାର କରୋନା ସରଚାର୍ଜ ମଧ୍ୟ ଲଗାଇପାରନ୍ତି। ୫୦ ଲକ୍ଷରୁ ଅଧିକ ରୋଜଗାରରେ ସରଚାର୍ଜ ଲାଗିପାରେ।

ଏହା ବ୍ୟତୀତ ପ୍ରତିରକ୍ଷା ଏବଂ କୃଷି କ୍ଷେତ୍ରରେ ମଧ୍ୟ ବଡ଼ ଘୋଷଣା ଆଶା କରାଯାଉଛି। ଦେଶ କୋଭିଡ ସଙ୍କଟରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିବାବେଳେ ନିଯୁକ୍ତି, ଉତ୍ପାଦନ ତଥା ଗ୍ରାମାଞ୍ଚଳର ବିକାଶ ଯୋଜନା ପାଇଁ ବ୍ୟୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟଯେ, ଏହା ହେଉଛି ମୋଦୀ ସରକାରଙ୍କର ନବମ ବଜେଟ୍‌। ଏହା ପୂର୍ବରୁ ମୋଦୀ ସରକାରରେ ଅରୁଣ ଜେଟଲୀଙ୍କ ସମୟରେ ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିଥିଲେ। ପୀୟୁଷ ଗୋୟଲ ମଧ୍ୟ ନିର୍ବାଚନ ବର୍ଷରେ ଥରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ପଢିଥିଲେ। ଏହା ହେଉଛି ତୃତୀୟ ଥର ଯେତେବେଳେ ନିର୍ମଳା ସୀତାରାମନ୍ ଦେଶର ବଜେଟ୍ ଉପସ୍ଥାପନ କରିବେ।

ସରକାର ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଏହି ବଜେଟରୁ ବହୁତ ଆଶା ବାନ୍ଧି ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.