Home ଓଡ଼ିଶା କୋଭିଡ ସମୟରେ କର୍ମଚାରୀଙ୍କୁ ଛଟେଇ – କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାନଗଲେ ସପରିବାର କରିବେ...

କୋଭିଡ ସମୟରେ କର୍ମଚାରୀଙ୍କୁ ଛଟେଇ – କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରାନଗଲେ ସପରିବାର କରିବେ ଆମରଣ ଅନଶନ

108

ବଲାଙ୍ଗୀର, ୨୬-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) – ଟିଟିଲାଗଡ଼ ପୂର୍ବେ ବିଜ୍ଞାପିତ ଅଞ୍ଚଳ ପରିଷଦ ହୋଇ ରହିଥିବା ଓ ପରେ ପୌରପରିଷଦର ମାନ୍ୟତା ପାଇଥିଲା। ସେ ସମୟରେ ଉଚିତ ଟିକସ ଆଦାୟ ହୋଇ ନ ପାରୁଥିବା ବେଳେ କର୍ମଚାରୀ ଙ୍କ ଦରମା ଦେବାକୁ ବି ଅସୁବିଧା ହେଉଥିଲା। ହେଲେ ସେ ସମୟରେ ଜଣେ ଆଇ ଏ ଏସ ମୁନିଷ ମୁଦଗିଲ ଆସି ଜବରଦଖଲ ଉଚ୍ଛେଦ କରି ସହରର ବିଭିନ୍ନ ସ୍ଥାନରେ ଦୋକାନ ମାନଙ୍କ କମ୍ପ୍ଲେକ୍ସ ତିଆରି କରିଥିଲେ, ଯାହା ଫଳରେ ଆର୍ଥିକ ଦୁରାବସ୍ତାରେ ସୁଧାର ଆସିଥିଲା। ନିଯୁକ୍ତ ଓ ନବ ନିଯୁକ୍ତଙ୍କୁ ମାସକୁ ମାସ କର୍ମଚାରୀଙ୍କୁ ସମୟକୁ ସମୟ ଦରମା ଦେବାରେ ସକ୍ଷମ ହେବା ସହ ଏବେ ଆର୍ଥିକ ସ୍ଥିତିରେ ଉନ୍ନତି ହୋଇଛି। ବହୁ ବର୍ଷ ଵିତିଗଲାପରେ ପୈାରପରିଷଦକୁ ଉନ୍ନିତ ହେଲା। ନିର୍ବାହୀ ଅଧିକାରୀ ପରିଚାଳନା କରିବା ପାଇଁ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ, କେଉଁ ଆଧାରରେ। କେଉଁ କାମ ପାଇଁ। କେତେ ଜଣଙ୍କୁ। ସେହି କାମର ଆବଶ୍ୟକତା ନାହିଁ କି। ସେଇଟା କାର୍ଯ୍ୟାଳୟରୁ ଵାହାରିବ। କର୍ମଚାରୀ ମାନେ ଯୋଗଦେଇ ବର୍ଷ ବର୍ଷ ଧରି କାମ କରି ମାସକୁ ମାସ ଦରମା ପାଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ୨୦୨୦ ପୈାରପରିଷଦର ନୂତନ ନିର୍ବାହି ଅଧିକାରୀ ରୂପେ ଦାୟିତ୍ୱ ନେଲେ ଜଣେ ଆଇ ଏ ଏସ ଶ୍ରୀ ସୋମେଶ ଉପାଧ୍ୟାୟ। ସେ ଗତ କିଛି ଦିନ ପୂର୍ବେ କର୍ମଚାରୀ ଙ୍କୁ ହଟାତ କାର୍ଯ୍ୟ ରୁ ଅନ୍ତର କରି ଚଟେଇ ନିର୍ଦ୍ଧେଶ ଦେଇଛନ୍ତି। ଛଟେଇ ହୋଇଥିବା କର୍ମଚାରୀ ଵୁଝି ପାରୁନାହାନ୍ତି କ’ଣ ପାଇଁ ଏମିତି କଲେ, ଖାସକରି ଲକଡାଉନ ସମୟରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇପଡିଛି, କିଛି ଅନୁଭବି ଲୋକଙ୍କ କହିବାନୁଯାୟି ଛଟେଇ ହୋଇଥିବା କର୍ମଚାରୀ ମାନଙ୍କ ମଧ୍ୟରେ କିଛି କର୍ମଚାରୀଙ୍କ ପରିବାର ଅବସ୍ଥା ଭଲ ନାହିଁ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଏହା ବଡ ଦୁଃଖ ଘଟଣା, ଯେଉଁ ମାନେ ଦିର୍ଘ ଦଶରୁ କୋଡିଏ ବର୍ଷ କାମ କରିଛନ୍ତି ଵରିଷ୍ଠତା ଅନୁଯାୟୀ ପୁନଃ ନିଯୁକ୍ତି ପ୍ରଦାନ ସହ ଛଟେଇ ହୋଇଥିବା ସମସ୍ତ କର୍ମଚାରୀ ଏ ନେଇ ଲିଖିତ ଆବେଦନ ପତ୍ର ମାନ ବିଭିନ୍ନ ଉଚ୍ଚ ପ୍ରଶାସନିକ ଅଧିକାରୀ ଙ୍କ ନିକଟ କୁ ପ୍ରେରଣ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି। ସେହିପରି ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇ ତେବେ ସପରିବାର ଆମରଣ ଅନଶନ କରିବା ଉଲ୍ଲେଖ କରିଛନ୍ତି। କୋଭିଡ ସମୟରେ ଛଟେଇ ଆଇନ ର ବିରୁଦ୍ଧ ହୋଇଥିବା ବେଳେ ଏ ନେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.