Home ଓଡ଼ିଶା ଡହଲପଡି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ : ଟଙ୍କା, ମୋବାଇଲ, ବାଇକ ସହ...

ଡହଲପଡି ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ : ଟଙ୍କା, ମୋବାଇଲ, ବାଇକ ସହ ୮ଜଣ ଗିରଫ

86

ବାଲିଗୁଡା, (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲାରେ କରୋନା ଭୁତାଣୁ ବଢ଼ିବାରେ ଲାଗିଛି। ଏନେଇ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସମୟରେ ବାଲିଗୁଡ଼ା ସହରକୁ କଣ୍ଟେନମେଣ୍ଟ୍ ଜୋନ ଘୋଷଣା କରାଯାଇଛି। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର କରିବାସହ ଘରୁ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରାଯାଉଛି। ହେଲେ ଅମାନିଆଙ୍କ ପ୍ରତି କିଛି ପ୍ରଭାବ ପଡ଼ୁନି।ପୋଲିସ ଦିନ ରାତି ଲଢ଼ିଚାଲିଛନ୍ତି। ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କେତେକ ଅମାନିଆ ବେଖାତିର କରି ଜୁଆ ଖେଳୁଥିଲେ। ବାଲିଗୁଡା ପୋଲିସ ଡିଏସପି ମନୋଜ କୁମାର ପୂଜାରୀ ଓ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ସଦଳ ବଳ ବାଲିଗୁଡା ଥାନା ଅଧିନସ୍ଥ ଡହଲପଡି ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରି ୮ ଜଣ ଜୁଆଡିଙ୍କ ଠାରୁ ନଗଦ ୨୮ହଜାର୧୦୦ଟଙ୍କା, ମୋବାଇଲ ୮ଟି, ମୋଟର ସାଇକଲ ୮ଟି ଓ ୧୦ପକେଟ ତାସ ଜବତ କରିଥିଲେ। ଗିରଫ ହୋଇଥିବା ଆଠ ଜଣ ଜୁଆଡ଼ିଙ୍କ ନାମରେ ଏକ ମାମଲା କେଶ ନଂ- ୧୩୫ /୨୦ରେ ରୁଜୁ କରି କୋର୍ଟ ଚାଲାଣ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଡିଏସପି ପୂଜାରୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.