Home ଜିଲ୍ଲା ପରିକ୍ରମା କୋଭିଡ ସମୟରେ ବୁଲା ଗାଈ, ଗୋରୁଙ୍କୁ ଖାଦ୍ୟ ପାନୀୟ ଯୋଗାଇବ ଲିଓ କ୍ଲବ

କୋଭିଡ ସମୟରେ ବୁଲା ଗାଈ, ଗୋରୁଙ୍କୁ ଖାଦ୍ୟ ପାନୀୟ ଯୋଗାଇବ ଲିଓ କ୍ଲବ

79

ବଲାଙ୍ଗୀର, ୨୭-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ – ଲିଓ କ୍ଲବର ସଭାପତି ଶ୍ରୀ ଅମିତ୍ ଅଗ୍ରୱାଲଙ୍କ ସଭାପତିତ୍ବରେ ତଥା କ୍ଲବ ଉପଦେଷ୍ଟା ଶ୍ରୀ ଦିପକ ଗୋୟଲଙ୍କ ସଞ୍ଚାଳନାରେ ସ୍ଥାନୀୟ ଶ୍ରୀ ରାମ ଗୋସେଵା ସଦନରେ ସଦସ୍ୟ ମାନଙ୍କ ଦ୍ଵାରା ଗୋମାତାଙ୍କୁ ଖାଦ୍ୟ ଖୁଆଇଵା ସହ ସଦନ ଭିତରେ ବୃକ୍ଷ ରୋପଣ କରାଯାଇଛି। ଏହି ଅବସରରେ ଗୋସେଵା ସଦନର ଗୋମାତାଙ୍କୁ କ୍ଲଵ ତରଫରୁ ତିନି କ୍ଵିଣ୍ଟାଲ କୁଣ୍ଡା, ଚୋକଡ, ମକାଦାନା ପରିଚାଳକ ଶ୍ରୀ ଜୟନାରାୟଣ ଅଗ୍ରୱାଲଙ୍କୁ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ସମ୍ପାଦକ ଦିପକ ପୃଷ୍ଟି, ସଞ୍ଜୟ କୁମାର ନାୟକ, ଆନନ୍ଦ ଜୈନ, ଲିଓ କ୍ଲବର ସାହିଲ ମେମନ, ଏମ୍ ଡି ରିହାନ, ସମ୍ପାଦକ ସୂରଜ ବେହେରା, ପୁରୁଷୋତ୍ତମ ଖେମକା, ସ୍ଵରୁପ ସାହୁ, ଅଙ୍କିତ ଗୁପ୍ତା ସହଯୋଗ କରିବାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବିଶେଷ କରି କରୋନା ପରି ସମ୍ବେଦନଶୀଳ ସମୟରେ ଏହି ଗୋରୁ, ଗାଈ ତଥା ବୁଲା ଗାଈ ଗୋରୁ ଙ୍କୁ ଖାଦ୍ୟ ପାନୀୟ ବ୍ୟବସ୍ଥା ସହ ବ୍ୟାପକ ବୃକ୍ଷ ରୋପଣ ବିଭିନ୍ନ ସ୍ଥାନରେ ଜାରୀ ରହିବ ବୋଲି ସଭାପତି ଶ୍ରୀ ଅମିତ୍ ଅଗ୍ରୱାଲ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.