Home ଜିଲ୍ଲା ପରିକ୍ରମା କୋଭିଡ ନିୟମ ପାଳନ ସଂପର୍କରେ ବଡଯାତ୍ରା ମଣ୍ଡପରେ ଲୋକ କଳାକାର ଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ

କୋଭିଡ ନିୟମ ପାଳନ ସଂପର୍କରେ ବଡଯାତ୍ରା ମଣ୍ଡପରେ ଲୋକ କଳାକାର ଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ

116

ମାଲକାନଗିରି,୨୭ା୩(ଓଡିଆ ପୁ୍‌ଅ) ମାଲକାନଗିରି ଜିଲ୍ଲା ଏବେ ବଡ ଯାତ୍ରା ପାଇଁ ଉତ୍ସବ ମୁଖର ହୋଇପଡିଥିବା ବେଳେ ବିଭିନ୍ନ ଗ୍ରାମରୁ ଆସୁଥିବା ଭକ୍ତ ମାନଙ୍କୁ କୋଭିଡ କଟକଣା ଓ ନିୟମ ସଂପର୍କରେ ଜନସଚେତନତା କରିବା ପାଇଁ ଏକ ପଥପ୍ରାନ୍ତ ନାଟକ ରଥ ଉଦଘାଟିତ ହୋଇ ଯାଇଛି । ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଏହି ପଥପ୍ରାନ୍ତ ପ୍ରଚାର ରଥକୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ସବୁଜ ପତକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଉଦଘାଟନି ଉତ୍ସବରେ ଅନ୍ୟାନ ମାନଙ୍କ ମଧ୍ୟରେ ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ, ତହସିଲଦାର ଡ. ଗୁଣନିଧି ନାୟକ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗ୍ଧା ରାଣି ଚୌଧୁରୀ,ଜିଲ୍ଲା ରେଡକ୍ରସ ଆବାହକ ଅଦ୍ୟାପକ ରଜଂନକୁମାର ସ୍ୱାଇଁ,ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ଚାଇଲ୍ଟ ଫଣ୍ଡ ଇଣ୍ଡିଆର ଜିଲ୍ଲାପ୍ରକଳ୍ପ ଅଧିକାରୀ ରାଜେଶ କୁମାର ପଟନାୟକ,ସମାଜ ସେବୀ ବିନାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ପରେ ଜନସଚେତନତା ରଥ କନ୍ୟାମାଝୀ ବନ୍ଧ ବଡଯାତ୍ରା ପୁଜା ମଣ୍ଡ ନିକଟରେ ପହଁଚି କୋଭିଡ ନିୟମ ପାଳନ ସହ ମାସ୍କ ପରିଧନା, ସାମାଜିକ ଦୂରତା ଅବଲମ୍ବନ,ସାବୁନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା କୌଣସି ଭିଡ ସ୍ଥାନକୁ ନ ଯିବା ଆଦି କରୋନା କଟକଣା ସଂପର୍କରେ ଜସନ ସଚେତନତା ର ପଥପ୍ରାନ୍ତ ନାଟକ ପରିବେଶଷଣ କରିଥିଲେ । ମାଲକାନଗିରି ଜିଲ୍ଲାର ୨୦ରୁ ଉର୍ଦ୍ଦ ଲୋକକଳାକାର ମାନେ ଏହି ପଥପ୍ରାନ୍ତ ନାଟକରେ ଅଭିନୟ କରି ଦର୍ଶକ ଓ ଭକ୍ତ ମାନଙ୍କ ମନମୋହିଥିଲେ । ଏଙି ପଥପ୍ରାନ୍ତ ନାଟକ କୋଭିଡ ଜନସଚେତନତା ରଥ ଆଜି ଜିଲ୍ଲାସଦର ମହକୁମା ଠାରୁ ଆରମ୍ଭ ହୋଇ ସାତଟି ଯାକ ବ୍ଲକ ପରିକ୍ରମା କରି କୋଭିଡ ନାୟମ ପାଳନ ସଂପର୍କରେ ଜନସଚେତନତାର ବାର୍ତାଦେବ । ଏହି କାର୍ଯ୍ୟକ୍ରମ ୟୁନିସେଫ ଓ ଚାଇଲ୍ଡଫଣ୍ଡ ଇଣ୍ଡିଆ ସଂସ୍ଥାପକ୍ଷରୁ ଆୟୋଜନ କରାଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.