Home ଜିଲ୍ଲା ପରିକ୍ରମା କନ୍ୟାମାଝିବନ୍ଧ ଠାରୁ ମାଣ୍ଡିଆଭଟା ମଣ୍ଡପ କୁ ସୋଭା ଯାତ୍ରାରେ ବଡଯାତ୍ରା ବଡ ଠାକୁର ଗଲେ

କନ୍ୟାମାଝିବନ୍ଧ ଠାରୁ ମାଣ୍ଡିଆଭଟା ମଣ୍ଡପ କୁ ସୋଭା ଯାତ୍ରାରେ ବଡଯାତ୍ରା ବଡ ଠାକୁର ଗଲେ

48

ମାଲକାନଗିରି,୨୭ା୩ (ଓଡିଆ ପୁଅ ) ଆଜି ସକାଳୁ ଉତ୍ସବ ମୁଖର ହୋଇପଡିଛି ମାଲକାନଗିରି ସହର,ଆନ୍ଦ୍ର,ଓଡିଶା, ଛତିଶଗଡ,ତେଲାଙ୍ଗାନ ଚାରିରାଜ୍ୟ ସୀମାନ୍ତ ରେ କେଉଁ ଆବାହନକାଳରୁ ମାସେ ତମାମ ଚାଲିଆସୁଥିବା ବଡଯାତ୍ରା ବଡଠାକୁର ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଆଜି ସକାଳେ ମାଲକାନଗିରି ସହର ମୁଣ୍ଡ କନ୍ୟାମାଝି ବନ୍ଧ ମଣ୍ଡପରେ ପହଁଚି ଭୋଗପାଇଛନ୍ତି । ପବିତ୍ର ତମସା ନଦୀକୂଳ ଠାରୁ ଆଜି ପ୍ରାତଃରୁ ସୁସଜିତ ବିମାନରେ ପୁଜାରୀ ଓ ଲାଠିଧାରି ଭକ୍ତମାନେ କୋଭିଡ ନିୟମ ପାଳନ କରି ଶୋଭାଯାତ୍ରା ରେ ଆଣି କନ୍ୟାମାଝି ପୁଜା ମଣ୍ଡପନିକଟରେ ପହଁଚାଇଥିଲେ । ରାସ୍ତାତମାମ ଭୋଗପାଇ ବଡଯାତ୍ରା ଠାକୁର ମାଲକାନଗିରି କନ୍ୟାମାଝିବନ୍ଧ ଠାରେ ପହଁଚିବା ପରେ ବଡଯାତ୍ରା ପାଟପୂଜାରୀ,ପୁଜାକମିଟିର ସଭାପତି ତହସିଲଦାର ଓ ଅନ୍ୟାନ ଅଧିକାରୀ ପୁଜାକମିଟିର ସଦସ୍ୟ ମାନେ ରାଜ ଭୋଗ ଲଗାଇବା ପରେ ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଙ୍କୁ ମଣ୍ଡପ ଚାରିପାଖରେ ସାତଭେରା ପରିକ୍ରମା କରିସାରିବା ପରେ ଠାକୁରଙ୍କୁ ପାଜମଣ୍ଡପକୁ ପ୍ରବେଶ କରା ଯାଇଥିଲା , କୋଭିଡ କଟକଣା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ବେରିକେଟ ନିର୍ମାଣ କରା ଯାଇ ସ୍ୱଳ୍ପସଂଖ୍ୟକ ଭକ୍ତଙ୍କୁ ମାକ୍ସପରିଧାନ ସହିତ ସାମଜିକ ଦୂରତା ଅବଲମ୍ବନକରି ଧାଡିରେ ଠାକରଙ୍କୁ ଦର୍ଶନ ନିମନ୍ତେ ଛଡା ଯାଇଥିଲା । ମାନସିକ ଧାରୀ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନକରି ଭୋଗ ଲଗାଇଥିଲେ । କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ଙ୍କ ନାଟବେଶ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରେ ସତ୍ୟସାଇ ସେବା ସଂସ୍ଥା, ଶିବାନନ୍ଦ ଆଶ୍ରମ, କେତକ ସ୍ୱଚ୍ଛାସେବି ଅନୁଷ୍ଟାନ , ଯୁବକ ସଂଘ ପକ୍ଷରୁ ସମସ୍ଥ ଭକ୍ତଙ୍କ ପାଇଁ ଦହିପଣା,ଲେମ୍ବୁପାଣି ର ବ୍ୟବସ୍ଥା ହୋଇଥିଲା । ଚଳିତ ବର୍ଷ କୋରନା ମହାମାରି ପାଇଁ ଓଡିଶା,ଆନ୍ଦ୍ର, ତେଲାଙ୍ଗାନା, ଛତିଶଗଡ ଚାରି ରାଜ୍ୟରୁ ଭକ୍ତମାନହ୍‌କୁ ବାରଣ କରାଯାଇଥିବାରୁ ସ୍ୱଳ୍ପ ସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ଥିଲେ । ପୁଲିସ ପ୍ରାଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରା ଯାଇଥିଲା । ଶନିବାର ରାତ୍ରରେ ବଡ ଯାତ୍ରା ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ କନ୍ୟାମାଝି ବନ୍ଧରୁ ମାଣ୍ଡିଆଭଟା ମଣ୍ଡପ ନିକଟକୁ ନିଆଯାଇ ସେଠାରେ ରାତ୍ର ରହଣି କରାଯାଇଛି । ମାଲକାନଗିରି ଜିଲ୍ଲାର ଗଣପବ ର୍ ବଡ ଯାତ୍ରା ଗତ ୨୨ତାରିଖ ଠାରୁ ଆନ୍ଦ୍ର,ଓଡିଶା, ଛତିଶଗଡ,ତେଲାଙ୍ଗାନା ଚାରିରାଜ୍ୟ ସୀମାନ୍ତ ମାନ୍ୟମକୋଣ୍ଡା ପୋଲେରୁ ଠାରୁ ଆରମ୍ଭ ହାଇଯାଇଛି । ଆନ୍ଦ୍ରପ୍ରଦେଶ ତାଡାକାରେଉ ରେ ସ୍ନାନ ଯାତ୍ରା ପରେ ପବିତ୍ର ସିଲେରୁ ନଦୀରେ ବଡଯାତ୍ରା ତିନିଠାକୁର ଙ୍କ ନୌକାବିହାର ହୋଇଥିଲା । ପୂଜାରି ଦିଶାରୀ ଭକ୍ତମାନେ ଠାକୁରଙ୍କ ବିମାନ କାନ୍ଧେଇ ଦୀର୍ଘ ୮୦ କିଲୋମିଟର ପାଦରେ ଚାଲିଚାଲି ମାଲକାନଗିରି ସହର ର ପ୍ରବେଶ ଦ୍ୱାର ଏମଭି ୭ ଗ୍ରାମ ତମସା ନିକଟରେ ପହଁଚିବାପରେ ଆଜି ବଡି ଭୋରୁ ତମାସା ଠାରୁ କନ୍ୟାମାଝୀ ବନ୍ଧ ପୁଜା ମଣ୍ଡପ ନିକଟକୁ ସୋଭା ଯାତ୍ରାରେ ଠାକରଙ୍କ ବିମାନକୁ ନିଆ ଯାଇଥିଲା । କନ୍ୟାମାଝୀ ବନ୍ଧନିକଟକୁ ସହର ଓ ବିଭିନ୍ନ ସ୍ଥାନରୁ ଆସିଥିବା ଦେବା ଦେବିଙ୍କ ବିମାନ କୁ ଏକ ତ୍ରିତ କରାଯାଇ ରାତ୍ରରେ ସୋଭା ଯାତ୍ରାରେ ମାଣ୍ଡିଆଭଟା ପୁଜା ମଣ୍ଡପ ନିକଟକୁ ନିଆଯାଇଛି । କେଉଁ ଆବାହନ କାଳରୁ ମାସେ ତମାମ ଚାଲିଆସୁଥିବା ବଡଯାତ୍ରା ତନି ଠାକୁର ଓ ମା ମୁତ୍ୟାଲୁମା ଙ୍କ ବିମାନ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ପହଁଚିବା ପରେ ଉତ୍ସବ ମୁଖର ହୋଇପଡିଛି ସହର, ଶ୍ରୀ ଶ୍ରୀ କାନମରାଜ,ପୋତରାଜ, ବାଲରାଜ ଓ ମା ମୁତ୍ୟାଲୁମା ଙ୍କୁ ସୁସଜିତ ବିମାନରେ ପୁଜାରୀ ମାନେ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ବିମାନ, ଲାଠି ଧରି ଭକ୍ତମାନେ ସୋଭା ଯାତ୍ରା ଶନିବାର ରାତ୍ରରେ ମାଣ୍ଡିଆଭଟା ମଣ୍ଡପନିକଟରେ ପହଁଚିଛନ୍ତି । ଏହିସୋଭା ଯାତ୍ରାରେ ପାରମ୍ପାରିକ କାଳସି ନାଟ କରାଯାଇଥିଲା,ବିଭିନ୍ନ ଅଚଂଳରୁ ଭକ୍ତମାନେ ଆସି ଠାକୁର ଦର୍ଶନ କରିଥିଲେ । ମଣ୍ଡପରେ ଠାକୁର ପ୍ରବେଶ ପରେ ମାନଶିକ ଧାରୀ ଭକ୍ତ ମାନେ ଠାକୁରଙ୍କ ନିକଟରେ ପଶୁ ପକ୍ଷୀ ବଳି ଚଢାଇବାସହ ବାଲ୍ୟ ଭୋଗ ଲଗାଇଥିଲେ । କାଳଶି ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ନାଚ ବେସ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.