Home ଓଡ଼ିଶା କୋଭିଡ କେୟାର ସେଟଂରରେ ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ କରି ଭିଡିଓ ଭାଇରାଲ କଲେ ରୋଗୀ

କୋଭିଡ କେୟାର ସେଟଂରରେ ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ କରି ଭିଡିଓ ଭାଇରାଲ କଲେ ରୋଗୀ

142

ମାଲକାନଗିରି,୨୭ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟାବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତ ମାନଙ୍କ ରହିବା ଓ ଚିକିତ୍ସା ପାଇଁ ଗନ୍ଧିପାଲି ଗ୍ରାମନିକଟ ବିଇଡି କଲେଜ ଓ ଚମ୍ପାନଗର ଗ୍ରାମ ନିକଟରେଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ରେ କୋଭିଡ କେୟାର ସେଟଂର ସ୍ଥାପନା କରାଯାଇଛି । ଏହି ଦୁଇଟି କେନ୍ଦ୍ରରେ ରହୁଥିବା କରୋନା ସଂକ୍ରମିତ ମାନଙ୍କୁ ଠିକ ଭାବେ ଖାଦ୍ୟ ନଦେବା,ଉପମା ଜଳଖିଆରେ ପୋକ ବାହାରିବା,ପାନୀୟଜଳ କିମ୍ବା ଶୌଚାଳୟ ରେ ପାଣି ଯୋଗାଇ ନ ଦେବା । ଭୋଜନରେ ପ୍ରାୟ ସମୟରେ ବାସି ଖାଦ୍ୟ ଦେବା । ଶୌଚାଳୟ ଓ ସ୍ନାନାଗାର ଗୁଡିକ ଅପରିସ୍କାର ରହିବା,ରୋଗୀ ମାନଙ୍କୁ ଗରମପାଣି ଯୋଗାଇ ନଦେବା, ଗୋଟିଏ ବାଲ୍ଟି କୁ ଅନେକ ରୋଗୀ ବ୍ୟବହାର କରିବା,ଠିକ ସମୟରେ ଜଳଖିଆ, ଭୋଜନ ଓ ଔଷଧ ନଦେବା ଆଦି ଅଭିଯୋଗ କରି ଏହି କୋଭିଡ କେୟାର ସେଟଂରରେ ରହୁଥିବା ସଂକ୍ରମିତ ରୋଗୀ ମାନେ ମୋବାଇଲ ରେ ଭିଡିଓ ଭାଇରାଲ କରିଥିବାର ଦେଖିବାକୁ ମିଳିଛି । କେନ୍ଦ୍ର ଓ ରାଜ୍ୟସରକାର କରୋନା ସଂକ୍ରମିତ ରୋଗୀମାନଙ୍କ ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ଖର୍ଚକରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଇଡି କଲେଜ ଓ ଏକଲବ୍ୟ ଆଦର୍ଶବିଦ୍ୟାଳୟ ଠାରେ ସ୍ଥାପିତ କୋଭିଡ କେୟାର ସେଂଟର ଦାଇତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଦାଇତ୍ୱହିନତା ପାଇଁ ଏଠାରେ ରହୁଥିବା ରୋଗୀମାନେ ନାନା ପ୍ରକାର ଅସୁବିଧାରେ ସମ୍ମୁଖିନ ହେଉଥିବାର ଅଭିଯୋଗ ଆସିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.