Home କେନ୍ଦୁଝର ୭ମାସ ହେଲା ଏଟିଏମ ଅଚଳ, ହିନସ୍ଥା ହେଉଛନ୍ତି ଶାଳଣିଆଁ ଅଞ୍ଚଳବାସୀ

୭ମାସ ହେଲା ଏଟିଏମ ଅଚଳ, ହିନସ୍ଥା ହେଉଛନ୍ତି ଶାଳଣିଆଁ ଅଞ୍ଚଳବାସୀ

99

ହାଟଡିହି  :୨୭ । ୭ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଠାରେ ଥିବା ଏକମାତ୍ର ବ୍ୟାଙ୍କ ଅଫ ିଣ୍ଡିଆ ଏଟିଏମ କାଉଣ୍ଟରଟି ଦୀର୍ଘ ୮ମାସ ହେଲା ଅଚଳ ହୋଇ ପଡିଛି । ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରରୁ ଜଣାଯାଇଛି ଯେ ଶାଳଣିଆଁ ବଜାରରେ ଲୋକମାନଙ୍କ ସୁବିଧା ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଏକ ଏଟିଏମ ଖୋଲାଯାଇଥିଲା । ଏହା ଉପରେ ଶାଳଣିଆଁ, ଡଅଁର, ଗେଡମା, ଆଇତିପୁର, ଷଡଙ୍ଗ, ଅଁରା, ହାବଳେଶ୍ୱର ଆଦି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିଲେ । ଏ ଅଞ୍ଚଳରେ ବ୍ୟାଙ୍କର କୌଣସି ସୁବିଧା ନଥିବାରୁ ରାତି ଅଧରେ ଆସି ଏଟିଏମରୁ ଟଙ୍କା ଉଠାଇ ନିଜର ଆବଶ୍ୟକତା ମେଣ୍ଟାଇ ପାରୁଥିଲେ । କିନ୍ତୁ ଆଜକୁ ଦୀର୍ଘ ୮ମାସ ହେଲା ଏଟିଏମଟି ଅଚଳ ହୋଇ ପଡିôତବାରୁ ଲୋକମାନେ ଟଙ୍କା ଉଠାଇବା ପାଇଁ ଓରାଳି, ବସନ୍ତିଆ, ହାଟଡିହି, ଛେନାପଦି ପର୍ଯ୍ୟନ୍ତ ଦୀର୍ଘ ୧୫କିଲୋମିଟର ଦୁର ଯିବାକୁ ପଡୁଛି । ଫଳରେ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ୟାଙ୍କ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଶାଳଣିଆଁ ଏଟିଏମକୁ କାର୍ଯ୍ୟକ୍ଷମ କରାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.