Home ଜିଲ୍ଲା ପରିକ୍ରମା କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନୀରବ ପ୍ରାର୍ଥନା-ଶପଥ ପାଠ

କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ନୀରବ ପ୍ରାର୍ଥନା-ଶପଥ ପାଠ

77

ବାଲେଶ୍ୱର, ୬-୮(ଓଡ଼ିଆ ପୁଅ/ଅଭୟ ଦାସ): ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବୁଧବାରଦିନ ବାଲେଶ୍ୱରରେ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମ ଜିଲ୍ଲା କଲେକ୍ଟୋରେଟ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଓସୱାନ ହଲରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲ୍ଲାପାଳ ଶ୍ରୀକେ ସୁଦର୍ଶନ ଚକ୍ରବର୍ତ୍ତୀ ଉପସ୍ଥିତ ରହି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ନୀରବ ପ୍ରାର୍ଥନା ଓ ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଜିଲ୍ଲାର କୋଭିଡ ସ୍ଥିତ ସଂପର୍କରେ ସୂଚନା ଦେଇଥିଲେ। ବାଲେଶ୍ୱର ଜିଲ୍ଲା ତଥା ଓଡିଶାର ବିଭିନ୍ନ ବର୍ଗର ଜନସାଧାରଣ ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛନ୍ତି। ଅନୁରୂପ ଭାବେ କଲେକ୍ଟୋରେଟ୍ ପରିସରରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଆଇ-ଏ-ଏସ- ପ୍ରୋବେସନର ଅନ୍ୟା ଦାସଙ୍କ ସମେତ ବିଭାଗୀୟ ପଦାଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ନୀରବ ପ୍ରାର୍ଥନା ଓ ଶପଥ ପାଠ କରିଥିଲେ। ସମସ୍ତେ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି, ମାସ୍କ ପରିଧାନ ପୂର୍ବକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅନୁରୂପ ଭାବେ ପୋଲିସ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଜିଲ୍ଲା ସମାଜ ମଙ୍ଗଳ, ଶିକ୍ଷା ବିଭାଗ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟ ପକ୍ଷରୁ ନିଜ ନିଜ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନୀରବ ପ୍ରାର୍ଥନା ଓ ଶପଥ ପାଠ କରାଯାଇଥିଲା। କୋଭିଡି ଯୁଦ୍ଧାଙ୍କ ତ୍ୟାଗକୁ ସମ୍ମାନ ପ୍ରଦର୍ଶନ ସହ ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.