Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ଧଳା ଜହର ବିକ୍ରି ଅଭିଯୋଗ ରେ ଯୁବକ ଗିରଫ

ଚାନ୍ଦପୁର ପୋଲିସ ଦ୍ୱାରା ଧଳା ଜହର ବିକ୍ରି ଅଭିଯୋଗ ରେ ଯୁବକ ଗିରଫ

35

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୯- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଂଚଳ ରେ ଧଳା ଜହର କାରବାର ରୋକିବା ପାଇଁ ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଡା ନିର୍ଦେଶ ଦେଇଛନ୍ତି । ଯାହାକୁ ନେଇ ପୋଲିସ ଧଳା ଜହର କାରବାର ଉପରେ ପଦକ୍ଷେପ ନେବା ପାଇଁ ଜୋର ଦେଇଛନ୍ତି । ଖୋର୍ଦ୍ଧା ଅଂଚଳ ର ଜଣେ ଯୁବକ ରାଜସୁନାଖଳା , ରଣପୁର , ଚାନ୍ଦପୁର ଓ ଟାଙ୍ଗୀ ଅଂଚଳ ରେ ଧଳା ଜହର କାରବାର କରୁଥିବା ଚାନ୍ଦପୁର ପୋଲିସ ବିଶେଷ ସୂତ୍ର ରୁ ଖବର ପାଇଥିଲା । ତାର ମୋବାଇଲ୍ ନମ୍ବର ଉପରେ ପୋଲିସ ୩ ମାସ ହେଲା ନଜର ରଖିଥିଲା ।

ସେ ଚାନ୍ଦପୁôର ଥାନା ନାକିଠଣା ଅଂଚଳ ରେ ଥିବା ପୋଲିସ୍ ମୋବାଇଲ୍ ନମ୍ବର ରୁ ସୂଚନା ପାଇଥିଲା । ଯାହାଫଳ ରେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଅତିରିକ୍ତ ନିରୀକ୍ଷକ ଅଞ୍ଜଳି ସା , ରମେଶ ବେହେରା , ସରୋଜ ଛୁଆଳସିଂହ ଓ ସଂଜୟ ସାମନ୍ତରାୟ ସଦଳ ବଳେ ନାକିଠଣା ଠାରେ ଚଢାଉ କରି ୭ ଗ୍ରାମ ଧଳା ଜହର , ଗୋଟିଏ ସ୍କୁଟି ଜବତ ସହ ଓ ଅଭିଯୁକ୍ତ ପ୍ରକାଶ ନାୟକ କୁ ଗିରଫ କରିଥିଲେ । ପୋଲିସ ର ସୂଚନା ଅନୁଯାଇ ଜବତ ଧଳା ଜହର ର ଆନୁମାନିକ ମୂଲ୍ୟ ୬୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଅଭିଯୁକ୍ତ କୁ ନୟାଗଡ କୋର୍ଟ କୁ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.