Home ଓଡ଼ିଶା କୋଭିଡ୍‌ ନିୟମ ଉଲ୍ଲଘଂନ, ସିଲ୍‌ ହେଲା ଦୋକାନ

କୋଭିଡ୍‌ ନିୟମ ଉଲ୍ଲଘଂନ, ସିଲ୍‌ ହେଲା ଦୋକାନ

245

ବାଲିଗୁଡା, ୨୯/୪ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲଠାରେ ସକାଳେ ସାମାଜିକ ଦୂରତା ରକ୍ଷା ନକରିବା ଅଭିଯୋଗରେ ଏକ ଦୋକାନକୁ ସିଲ୍‌ କରାଯାଇଛି। କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ପରିଦର୍ଶନ କରିବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ଚକାପାଦ ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରଣତୀ ପ୍ରିୟଦର୍ଶିନୀ ରାଉତ, ଟିକାବାଲି ଥାନାଅଧିକାରୀ ରେବତୀ ଶବର ପହଂଚି ଉକ୍ତ ଦୋକାନକୁ ସିଲ୍‌ କରିଛନ୍ତି। ଦୋକାନ ମାଲିକ ବାବୁଲା ସାହୁଙ୍କ ଠାରୁ ୧୪, ୬୬୧ ଟଙ୍କା ଜରିମାନା ଆଦାୟ କରାଯାଇଛି। ଉକ୍ତ ଦୋକାନରେ ପରିବା ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବାବେଳେ ଲୋକେ ଭିଡ ଜମାଇଥିଲେ। ପରେ ଏସ୍‌ପି ସିଂ ଅନ୍ୟଦୋକାନୀ ମାଲିକଙ୍କୁ ସାମାଜିକ ଦୂରତା ରଖିବା ସହ ମାସ୍କ ପିନ୍ଧିବାକୁ ତାଗିଦ୍‌ କରିଥିବାବେଳେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସାମାଜିକ ଦୂରତା ରଖି ଚାଉଳ ନେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.