Home କୋରାପୁଟ କୋଡିଙ୍ଗାମାଳି ସୁରକ୍ଷାମଂଚ ତରଫରୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ

କୋଡିଙ୍ଗାମାଳି ସୁରକ୍ଷାମଂଚ ତରଫରୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ

53

କୋରାପୁଟ ୭-୧ (ଓଡିଆ ପୁଅ /ରଂଜନ ଦାସ) କୋଡିଙ୍ଗାମାଳି ସୁରକ୍ଷାମଂଚ ତରଫରୁ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।ରାଜ୍ୟ ସରକାର କୋଡିଙ୍ଗାମାଳିରେ କାରଖାନା ପ୍ରତିଷ୍ଠା କରିବାକୁ ଘୋଷଣା କରିଥିବା ସତ୍ୱେ ଏ ପର୍ଯ୍ୟନ୍ତ କାରଖାନା ପ୍ରତିଷ୍ଠା ହୋଇ ନ ଥିବା ମଂଚର ଆବାହାକ ସୁଧାକର ବାଘ ସୂଚନା ଦେଇଥିଲେ।ବିନା ପଲ୍ଲିସଭାରେ ଖଣି ଖନନ ଚାଲିଥିବା ସେ ଅଭିଯୋଗ କରିଥିଲେ।ସମସ୍ତଙ୍କ ମଧୁଚନ୍ଦ୍ରିକାରେ ଖଣି ଖନନ ଚାଲିଥିବା ସେ ପ୍ରକାଶ କରିଥିଲେ।କାରଖାନା ନ ହେବା ପର୍ଯ୍ୟନ୍ତ ଖଣି ଖନନ ବନ୍ଦ କରିବାକୁ ସେ ଦାବି କରିଥିଲେ।ବେକାର ଯୁବକ /ଯୁବତୀମାନଙ୍କ ନିଯୁକ୍ତିକୁ ଜିଲ୍ଲା ପ୍ରଶାସନ ସୁନିଶ୍ଚିତ କରନ୍ତୁ ନତୁବା ସୁରକ୍ଷାମଂଚ ତରଫରୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ ଏହାର ସମାଧାନ କରିବାକୁ ରାୟଗଡା ଓଏମସି ଆରଏମ ହେମନ୍ତ କୁମାର ସିଂଙ୍କୁ ନିବେଦନ କରିଥିଲୁ ଏବଂ ସେ ୧୫ ଦିନ ସମୟ ମାଗିଥିଲେ।ତଦନୁସାରେ ୫ ତାରିଖଦିନ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ କିନ୍ତୁ ସେ ନ ମିଶି ଲୁଚିଥିଲେ ବୋଲି ସେ ପ୍ରକାଶ କରିଥିଲେ।କୋରାପୁଟ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ଓ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଦାବିପତ୍ର ପ୍ରଦାନ ବେଳେ ମଂଚର ସଭାପତି ପ୍ରଦୀପ ବାଘ, ଦିବାକର ସାହୁ, ଟୁକୁନା ବିଷୋୟୀ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.