Home କେନ୍ଦୁଝର ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା ଆଳରେ ରାସ୍ତାଘାଟ ନଷ୍ଟ

ପାନୀୟଜଳ ପ୍ରକଳ୍ପ ପାଇଁ ପାଇପ ବିଛାଇବା ଆଳରେ ରାସ୍ତାଘାଟ ନଷ୍ଟ

15

ହାଟଡିହି-୭ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ଏବେ ଗାଁ ଗାଁ କୁ ପାନୀୟ ଜଳ ଯୋଗାଇଦେବାପାଇଁ କୋଟି କୋଟି ଟଙ୍କା ବ୍ୟୟରେ ମେଗା ଔୱାଟର ପ୍ରୋଜେକ୍ଟ ନିର୍ମାଣ କରିବା ସହ ଗାଁ ମାନଙ୍କୁ ପାଇପ ସଂଯୋଗ କରାଯାଉଛି । କିନ୍ତୁ ପାଇପ ସଂଯୋଗ ଆଳରେ କେଉଁଠି କଂକ୍ରିଟ ରାସ୍ତାକୁ କାଟି ନଷ୍ଟ କରାଯାୁଛି ତ ଆଉ କେଉଁଠି ପିଚୁ ରାସ୍ତାକୁ ଖୋଳି ନଷ୍ଟ କରିଦିଆଯାଉଛି । ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପୁର୍ବରୁ କୋଟି କୋଟି ଟଙ୍କା ବ୍ୟୟରେ ଅନେକ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ ମାନ ନିର୍ମାଣ କରାଯାଇଥିବା ବେଳେ ତାହା ପୁର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇ ନଥିବାବେଳେ ଏବେ ପୁଣି ମେଗା ୱାଟର ପ୍ରୋଜେକ୍ଟର କାମ ଚାଲିଛି । କାମ ନେଇଥିବା ଠିକାସଂସ୍ଥା ନିଜେ ଏହା ନକରି ଗ୍ରାମାଞ୍ଚଳର କିଛି ଲୋକଙ୍କୁ ଠିକାରେ ପାଇପ ବିଛା କାମ ଦେଇଥିବାବେଳେ ସେମାନେ ରାସ୍ତାଘାଟକୁ ମନଇଛା ଖୋଳି ଦେଉଥିବାରୁ ସାଧାରଣ ଲୋକମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ମିଠିଗାଁ ଗ୍ରାମରେ ଏପରି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିମାସ ପୁର୍ବରୁ ଏଠାରେ ଲୁହା ପାଇପ ବିଛାଯାଇ ଗାଁକୁ ପାନୀୟ ଜଳଯୋଗାଇ ଦିଆଯାଯିବାର ବ୍ୟବସ୍ଥା କରାଯାଇଲା । କିନ୍ତୁ ସେଥିରେ ପାଣି ଯିବା ପୁର୍ବରୁ ପୁଣି ଏବେ ଗାଁର ପଳତାସାହି, ହରିଜନ ସାହି, ବଡ ସାହି, ପହି ସାହି, ମରାଗଡିଆ ସାହି, ଆମ୍ବଗଡିଆ ସାହି ରାସ୍ତାକୁ ତଡାଯାଇ ପ୍ଲାଷ୍ଟିକ ପାଇପ ବିଛା ଚାଲିଛି । ଠିକାଦାର କଂକ୍ରିଟ ରାସ୍ତାକୁ ଖୋଳି ପାଇପ ବିଛାଇଥିବାବେଳେ ତାହା ଉପରେ ଆଉ କଂକ୍ରିଟ ନପକାଇ ଛାଡି ଦେଇଛି । ଫଳରେ ସାଧାରଣ ଲୋକମାନେ ଯିବା ଆସିବା କ୍ଷେତ୍ରରେ ନାନା ଅସୁବିଧା ଭୋଗ କରୁଛନ୍ତି । ଖାଲି ଏହି ଗାଁ ନୁହଁ ବ୍ଲକର ଅଧିକାଶଂ ପଞ୍ଚାୟତରେ ଏହିପରି ଅବସ୍ଥା ଦେଖିବାକୁ ମିଳିଛି । ପାଇପ ବିଛାଇବା ଆଳରେ ଖୋଳାଯାଉଥିବା ରାସ୍ତାକୁ କିଏ ନିର୍ମାଣ କରିବ ସେନେଇ ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.