Home କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ

17

କୋରାପୁଟ ୦୭-୦୧ (ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଭବନ ପରିସରରେ କୋରାପୁଟ ଜିଲ୍ଲା ପ୍ରାଥମିକ ସଂଘର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ସଂଘର ସଂପାଦକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପତାକା ଉତୋଲଣ କରାଯାଇଥିଲା।୧୯୪୬ ମସିହା ଆଜିର ଦିନରେ ଆରମ୍ଭ କରାଯାଇଥିବା ସଂଘ ମହାଦ୍ରୁମରେ ପରିଣତ ହୋଇଛି ଓ ସଂଘ ମାଧ୍ୟମରେ ଅନେକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଉପକୃତ ହୋଇପାରିଥିବା ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଥିଲେ।ଶିକ୍ଷକମାନଙ୍କ ଅସୁବିଧା ସଂଘ ବୁଝିବା ସହ ପ୍ରଶାସନ ସହ ସମନ୍ନୟ ରଖି କାର୍ଯ୍ୟ କରୁଥିବା ଶିକ୍ଷକ ଗୋପାଳ ମିଶ୍ର ସୂଚନା ଦେଇଥିଲେ।ଆଜିର ଦିନରେ ନିଖିଳ ଉତ୍କଳ ପ୍ରାଥମିକ ସଂଘ ଗଠନ କରାଯାଇଥିଲା ବୋଲି ଶିକ୍ଷକ ଚିତରଂଜନ ରଥ ପ୍ରକାଶ କରିଥିଲେ।ଏହି ସଂଘ ସାରା ଦୁନିଆରେ ସର୍ବ ବୃହତମ ଓ ପୂରାତନ ସଂଘ ବୋଲି ସେ ସୂଚନା ଦେଇଥିଲେ।ପ୍ରତିଷ୍ଠା ଦିବସରେ ଧନେଶ୍ୱର କାଣ୍ଡି, ସୁନୀଲ ଟାକ୍ରୀ,  ଆତ୍ମାରାମ ସେଠୀ, ଧୀରଜ କୁମାର ଭତ୍ରା, ଦାଶରଥି ବେହେରା, ମନୋଜ ଖେମୁଣ୍ଡୁ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.