Home ଓଡ଼ିଶା ଭାରତମାଳା ଏକ୍ସପ୍ରେସ ରାଜପଥ ସମୀକ୍ଷା ବୈଠକ – ୭ ତାରିଖରୁ ସେମିଲିଗୁଡା ଓ କୋରାପୁଟ ତହସିଲରେ...

ଭାରତମାଳା ଏକ୍ସପ୍ରେସ ରାଜପଥ ସମୀକ୍ଷା ବୈଠକ – ୭ ତାରିଖରୁ ସେମିଲିଗୁଡା ଓ କୋରାପୁଟ ତହସିଲରେ ଜଙ୍ଗଳଜମି ଚିହ୍ନଟ

20

କୋରାପୁଟ ୦୫-୦୧ (ଓଡିଆ ପୁଅ /ରଂଜନ ଦାସ)ରାୟପୁରଠାରୁ ବିଶାଖାପାଟଣା ଭାରତମାଳା ପରିଯୋଜନା କାର୍ଯ୍ୟ ଆରମ୍ଭ ହୋଇଯାଇଛି।କୋରାପୁଟ ଜିଲ୍ଲାରେ ଭାରତମାଳା ଏକ୍ସପ୍ରେସ ରାଜପଥ ୧୨୫.୩୮ କିମି ରହିଥିବା ଜଣାପଡିଛି।ଏହାର ଜମି ଅଧିଗ୍ରହଣ ନିମନ୍ତେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲାରେ ଯାଉଥିବା ରାସ୍ତାରେ କେତେ ଗଛ ଯାଉଛି ତାହାର ଯୁଗ୍ମ ନିରୀକ୍ଷଣ ଓ ମୂଲ୍ୟାଙ୍କନ କରି ତୁରନ୍ତ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ରାଜସ୍ୱ, ବନ ଓ ଉଦ୍ୟାନ ବିଭାଗ ଏହାର ନିରୀକ୍ଷଣ କରିବେ ବୋଲି ଜଣାପଡିଛି ଜୟପୁର ଓ କୋରାପୁଟର ରାସ୍ତା ଏବଂ କୋଠାବାଡି ବିଭାଗ ସହ ଜାତୀୟ ରାଜପଥ ଓ ତହସିଲଦାରମାନେ ମିଳିତ ଭାବେ କେତେ ଘର ଯାଉଛି ତାହାର ନିରୀକ୍ଷଣ ଏବଂ ମୁଲ୍ୟାଙ୍କନ କରିବେ ବୋଲି ଜଣାପଡିଛି।କେତେ ବିଦ୍ୟୁତ ଖୁଣ୍ଡ ଯାଉଛି ତାହାର ନିରୀକ୍ଷଣ ସାଉଥକୋ ବିଭାଗ କରିବେ।ଏହା ୭ ତାରିଖରୁ ପଟ୍ଟାଙ୍ଗୀଠାରୁ ଆରମ୍ଭ କରାଯିବ ବୋଲି ଜଣାପଡିଛି।କେତେ କ୍ଷୁଦ୍ର ଜଳସେଚନ ଯାଉଛି ତାହାର ନିରୀକ୍ଷଣ କ୍ଷୁଦ୍ର ଜଳସେଚନ ବିଭାଗ ମୁଲ୍ୟାଙ୍କନ କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ପ୍ରଦାନ କରିବେ।ଜଙ୍ଗଳ ଜମିର ନିରୀକ୍ଷଣ କରାଯିବ।୭ତାରିଖରେ ସେମିଲିଗୁଡା ଓ କୋରାପୁଟ ତହସିଲରେ ଜଙ୍ଗଲଜମି ନିରୀକ୍ଷଣ ହେବାକୁ ଥିବା ବେଳେ ବୋରିଗୁମ୍ମା ଓ ପଟ୍ଟାଙ୍ଗୀରେ ୧୨ ତାରିଖ ଓ ଦଶମନ୍ତପୁରରେ ୧୯ ତାରିଖରୁ ଆରମ୍ଭ କରାଯିବ ବୋଲି ବୈଠକରୁ ଜଣାପଡିଛି।ଏହି ବୈଠକରେ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସାଏ, କୋରାପୁଟ ଡିଏଫଓ ରିଙ୍କୁ କୁମାରୀ, କୋରାପୁଟ ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କଅଁର, ଏନଏଚଆଇର ପିଡି ହରିକ୍ରୀଷ୍ଣା.ଏନ, କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ, ସାଉଥକୋ ନିର୍ବାହୀ ଯନ୍ତ୍ରୀ ଚମନ ଲାକ୍ରା, ଜୟପୁର ଓ ସୁନାବେଡା ଜାତୀୟରାଜପଥର ନିର୍ବାହୀଯନ୍ତ୍ରୀ ନିହାର ରଂଜନ ବେହେରା, କୋରାପୁଟ ରାସ୍ତା ଓ କୋଠାବାଡି ଡିଭିଜନର ନିବ୭ାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା, ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରଇତ, ଦଶମନ୍ତପୁର ତହସିଲଦାର ଅଜୟ କୁମାର ତୀର୍କୀ, କୋରାପୁଟ ଅତିରିକ୍ତ ତହସିଲଦାର ଏସ.ଜେନା, ପଟ୍ଟାଙ୍ଗୀ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ସେମିଲିଗୁଡା ତହସିଲଦାର ଶରତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଭୂଅର୍ଜନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀ ପରିଚାଳନା କରିଥିବା ବେଳେ ବରିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ନାୟକ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.