Home ଜିଲ୍ଲା ପରିକ୍ରମା ଏସିଏଫ୍‌ଙ୍କ ଘରେ ଭିଜିଲାନ୍ସ ଚଢଉ : ଦେଢକୋଟିର ସଂପତ୍ତି ଠାବ

ଏସିଏଫ୍‌ଙ୍କ ଘରେ ଭିଜିଲାନ୍ସ ଚଢଉ : ଦେଢକୋଟିର ସଂପତ୍ତି ଠାବ

123

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜଂଗଲ ଓ ବନ୍ୟପ୍ରାଣୀ ବିଭାଗର ଆସିଷ୍ଟାଣ୍ଡ କଞ୍ଜରଭେଟର ଏସିଏଫ୍ ବିରାଜ ମୋହନ ମହାନ୍ତି ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ବିଭାଗ ଚାନ୍ଦବାଲି, ଭୁବନେଶ୍ୱର, କଟକ, ଯାଜପୁର ଟାଉନ୍ ଆଦି ଅଫିସ୍‌, ଭଡାଘର, ନିଜସ୍ୱ ଘର ଉପରେ ଚଢଉ କରିଛି । ତାଙ୍କର ମୋଟ ସଂପତ୍ତି ୧ କୋଟି ୪୮ ଲକ୍ଷ ୩ ହଜାର ୭୩୬ ଟଙ୍କାର ବୋଲି ଭିଜିଲାନ୍ସ ବିଭାଗ କହିଛି । ଜଙ୍ଗଲ ବିଭାଗ ଭିଜିଲାନ୍ସ ଭୁବନେଶ୍ୱର ଶାଖା ପକ୍ଷରୁ ହୋଇଥିବା ଏହି ଚଢଉ ଏକ ସଂଗେ କରାଯାଇଥିଲା । ଶ୍ରୀ ମହାନ୍ତିଙ୍କର ଖୋର୍ଦ୍ଧା ଜଂଗଲ ବିଭାଗ ବାଲିପାଟଣା ରେଞ୍ଜ ଅଧୀନରେ ଦୁଇଟି ବେଆଇନ୍ କରତ କଳ ଚାଲୁଥିଲା । ଗୋଟିଏ ଗୋଡିପୋଖରୀ ଛକର ସଂଗଲାଇ ଛକ ଠାରେ ଏବଂ ଅନ୍ୟଟି ଚଉଷଠି ଯୋଗିନୀ ହୀରାପୁର ଗ୍ରାମରେ ରହିଛି । ଏହି ଦୁଇ କରଜକଳର ମୂଲ୍ୟ ୨୫ ଲକ୍ଷ ବୋଲି ଭିଜିଲାନ୍ସ ବିଭାଗ ଆକଳନ କରିଛି । ସେହିପରି ଏକ ତ୍ରିତଳ ଗୃହ କଟକରେ ଯାହାର ମୂଲ୍ୟ ୫୩ ଲକ୍ଷ ୬୧ ହଜାର ୫୨୭ ଟଙ୍କା, ଏକ ଦ୍ୱିତଳ ଗୃହ ଭୁବନେଶ୍ୱର ଠାରେ ଯାହାର ମୂଲ୍ୟ ୩୯ ଲକ୍ଷ ୬ ହଜାର, ଏକ ଚାରିଚକିଆ ଯାନ, ଯାହାର ମୂଲ୍ୟ ୩୯ ଲକ୍ଷ ୬ ହଜାର, ଏକ ଚାରିଚକିଆ ଯାନ ଯାହାର ମୂଲ୍ୟ ୧୧ ଲକ୍ଷ ୫୦ ହଜାର, ୩ଟି ମୋଟର ସାଇକେଲ୍ ୪ ଲକ୍ଷ ୩୦ ହଜାର ୫୫୭ ଟଙ୍କା, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୬ ଲକ୍ଷ ୫୭ ହଜାର ୭୧୪ ଟଙ୍କା, ଇନ୍ସ୍ୟୁରାନ୍ସ ଇନଭେଷ୍ଟ ୬ ଲକ୍ଷ ୭୫ ହଜାର, ସୁନା ଓ ରୂପା ଅଳଙ୍କାର ୪ ଲକ୍ଷ ୩୩ ହଜାର ୭ ଶହ, ନଗଦ ଓ ଅନ୍ୟାନ୍ୟ ଆସବାବ ପତ୍ର ମିଶି ୧୧ ଲକ୍ଷ ୮୯ ହଜାର ୨୩୮ ଟଙ୍କାର ଆକଳନ ହୋଇଛି । ଶ୍ରୀ ମହାନ୍ତିଙ୍କ ବିରୋଧରେ ମୋଟ ୪ ଟି ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.