Home କେନ୍ଦୁଝର ଚାରଣଗୋଷ୍ଠୀ ପକ୍ଷରୁ ସାଂଗଠନିକ ବୈଠକ

ଚାରଣଗୋଷ୍ଠୀ ପକ୍ଷରୁ ସାଂଗଠନିକ ବୈଠକ

37

ହାଟଡ଼ିହି, ୧୬/୮/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନ୍ତର୍ଜାତିକ ଚାରଣଗୋଷ୍ଠୀ ପୁରୀର ନୀତି ନିୟମକୁ ଆଧାରକରି ସର୍ବୋପରି ଦଳପତି, ଉପଦଳପତି ଓ ସମ୍ପାଦକଙ୍କ ନିର୍ଦ୍ଦେଶରେ କେନ୍ଦ୍ରୀୟ ସଂଗଠକ ଭରତ ଭାଇ ଏବଂ ଜିଲ୍ଲା ସଂଗଠକ ନବଘନ ଭାଇଙ୍କ ପ୍ରେରଣାରେ ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ବ୍ରାହ୍ମଣୀକଳା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଚାରଣଗୋଷ୍ଠୀ ପକ୍ଷରୁ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ସର୍ବପ୍ର୍ରଥମେ ବିଷ୍ଣୁ ସହସ୍ରନାମ, ଗୀତାର ପୁରୁଷୋତ୍ତମ ଯୋଗ, ହନୁମାନ ଚାଳିଶା, ଭାଗବତ ପାରାୟଣ ହୋଇଥିଲା । ଜଗନ୍ନାଥ ଚେତନା ଏବଂ ସୁସ୍ଥ ସମାଜ ଗଠନ ଲକ୍ଷରେ ଚାରଣ ଗୋଷ୍ଠୀ ପକ୍ଷରୁ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ମାନ କରାଯାଉଛି । ଏଥିପାଇଁ ବ୍ରାହ୍ମଣୀକଳା ଗ୍ରାମରେ ଏକ ଚାରଣ ଗୋଷ୍ଠୀ ଗଠନ କରାଯାଇଥିଲା । କଦମ୍ବଡିହୀ ଚାରଣଶାଖାର ତପନ କୁମାର ନାୟକ, ମତାବାଜ ଚାରଣ ଶାଖାର ସୁରେନ୍ଦ୍ର ଭାଇ, ମଙ୍ଗରାଜପୁର ଚାରଣ ଶାଖାର ବ୍ରଜଭାଇ ପ୍ରମୁଖ ଉପସ୍ଥିତ ହୋଇ ଏହି ଶାଖା ଗଠନ କରିଥିଲେ । ଏଥିରେ ନିରାକାର ବାରିକ, ମନ୍ମଥ ବେହେରା, ପ୍ରଶାନ୍ତ ବାରିକ, ନନ୍ଦ କିଶୋର ବେହେରା, ଯୁଦ୍ଧିଷ୍ଠିର ବାରିକ, ବନମାଳୀ ବାରିକଙ୍କ ସମେତ ଅନେକ ଗ୍ରାମବାସୀ ଯୋଗଦେଇଥିଲେ । ସେହିପରି ଜଳସରପୁର ଗ୍ରାମରେ ମଧ୍ୟ ଏକ ଚାରଣ ଶାଖା ଗଠନ କରାଯାଇଛି । ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବାସୁଦେବ ନାୟକଚକ୍ରଧର ଜେନା, ବଳରାମ ଧଳଙ୍କ ସହିତ ଅନେକ ଗ୍ରାମବାସୀ ଏହି ଗୋଷ୍ଠୀରେ ସାମିଲ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.