Home କୋରାପୁଟ ଜିଲ୍ଲା ନୋଡାଲ ସଚିବଙ୍କ  ବୋରିଗୁମ୍ମା ଗସ୍ତ

ଜିଲ୍ଲା ନୋଡାଲ ସଚିବଙ୍କ  ବୋରିଗୁମ୍ମା ଗସ୍ତ

33

କୋରାପୁଟ ୧୮-୦୯(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ରାଜସ୍ୱ ଓ ପରିଚାଳନା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋରାପୁଟ ଜିଲ୍ଲା ନୋଡାଲ ସଚିବ ବିଷ୍ଣୁପଦ ସେଠୀ ଆଜି ବୋରିଗୁମ୍ମା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ ।କୁମୁଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ହେଉଥିବା ସ୍ମାର୍ଟକ୍ଲାସ ରୁମ ପରିଦର୍ଶନ କରିବା ସହ ମିଶନଶକ୍ତି ଦ୍ୱାରା କରାଯାଇଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ ।ନାରୀଗାଁ ପଂଚାୟତର ବିଭିନ୍ନ ପ୍ରକଳ୍ପ ଦେଖିବା ପରେ ସେ ଖୁସି ପ୍ରକଟ କରିଥିଲେ ବୋଲି ଜଣାପଡିଛି ।ପରେ ବ୍ଲକ ପରିସରରେ ମା ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ କେଂଟିନ ପରିଦର୍ଶନ କରିଥିଲେ ଓ ମହିଳାମାନଙ୍କ ସହ ସେ ଆଲୋଚନା କରିଥିଲେ ।କେନ୍ଦ୍ରୀୟ ପାଠାଗାର ପରିଦର୍ଶନ କରିଥିଲେ ।ପ୍ରମୁଖ ଶାସନ ସଚିବଙ୍କ ପରିଦର୍ଶନ ବେଳେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର , ବିଡିଓ ପ୍ରଣୟ ରଂଜନ ବେହେରା,ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.