Home କୋରାପୁଟ କୋଟିଆ ଗ୍ରାମପୁଞରେ ପ୍ରାଣୀ ସ୍ୱାସ୍ଥ୍ୟ ସଚେତନତା ଶିବିର

କୋଟିଆ ଗ୍ରାମପୁଞରେ ପ୍ରାଣୀ ସ୍ୱାସ୍ଥ୍ୟ ସଚେତନତା ଶିବିର

37

କୋରାପୁଟ ୦୩-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ କୋଟିଆ ଗ୍ରାମପୁଞର ଆରଜୁଭାଲସାଠାରେ ପ୍ରାଣୀ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜିତ ହୋଇଯାଇଛି ।କୋରାପୁଟ ଏସଡିଭିଓ ଡାକ୍ତର ସୀମନ୍ତ କୁମାର ନନ୍ଦ  ଓ ପଟ୍ଟାଙ୍ଗୀ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୋମନାଥ ବରାଳଙ୍କ ଉପସ୍ଥିତିରେ ପ୍ରାଣୀ ସ୍ୱସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା ।୪୦ ବଡ ପ୍ରାଣୀ ଓ ୫୦ ଛୋଟ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇ ୨୪ ଜଣ ଗ୍ରାମବାସୀଙ୍କୁ ମାଗଣା ମେଡିସିନ ପ୍ରଦାନ କରାଯାଇଥିବା ସିଡିଭିଓ ଡାକ୍ତର ଗିରିଜା ପ୍ରସାଦ ତ୍ରୀପାଠୀ ସୂଚନା ଦେଇଛନ୍ତି ।ଭିଟି ସୁଦାମ ଅଗଷ୍ଟିନ ଭତ୍ରା ଓ ଏଲଆଇ ବନ ବିହାରୀ ଜେନା ଉପସ୍ଥିତ ରହି ପରିଚାଳନା କରିଥିଲେ ।ସୂଚନାଯୋଗ୍ୟ ଯେ ଗତମାସ ୨୮ ତାରିଖରେ କୋରାପୁଟ ଜିଲ୍ଲା ପ୍ରାଣୀ ସଂପଦ ବିକାଶ  ବିଭାଗ ତରଫରୁ କୋଟିଆ ଗ୍ରାମପୁଞର ମାଡକାର ଓ ଗତ ମାସ ୩୦ ତାରିଖରେ ଫାଟୁସେନେରୀରେ ପ୍ରାଣୀ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇ ମାଗଣା ମେଡିସିନ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.